ସିକ୍କିମ୍‌: ୧୦ ଆସନରେ ଜିତିଲା ବିରୋଧୀ ଦଳ, ଚାମ୍‌ଲିଙ୍ଗଙ୍କ କମ୍ବୋ ବିଜୟ

ଗ୍ୟାଙ୍ଗଟକ୍‌ : ସିକ୍କିମ୍‌ରେ ବିରୋଧୀ ଦଳ ଆସନରେ ବସିଥିବା ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ୧୦ଟି ଆସନରେ ବିଜୟ ଲାଭ କରିସାରିଛି। ବର୍ତ୍ତମାନ ମଧ୍ୟ ଗଣତି ଚାଲୁ ରହିଥିବାବେଳେ ଏହି ଦଳ ୩ଟି ଆସନରେ ଆଗୁଆ ରହିଛି। ଅନ୍ୟ ପକ୍ଷରେ ଶାସକ ସିକ୍କିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ୫ଟିରେ ବିଜୟୀ ହୋଇଥିବାବେଳେ ୪ଟିରେ ଆଗୁଆ ଅଛି। ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ୍‌ ଚାମଲିଙ୍ଗ୍ ଲଢ଼ୁଥିବା ଦୁଇଟିଯାକ ଆସନରେ ବିଜୟ ଲାଭ କରିଛନ୍ତି। ସେ ନାମ୍‌ଚି ସିଙ୍ଗଟାଙ୍ଗ ଏବଂ ପୋକ୍‌ଲୋକ୍‌ କାମ୍ରାଙ୍ଗ ଆସନରୁ […]

sikkm

Subrat Kumar Nayak
  • Published: Thursday, 23 May 2019
  • , Updated: 23 May 2019, 08:54 PM IST

ଗ୍ୟାଙ୍ଗଟକ୍‌ : ସିକ୍କିମ୍‌ରେ ବିରୋଧୀ ଦଳ ଆସନରେ ବସିଥିବା ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ୧୦ଟି ଆସନରେ ବିଜୟ ଲାଭ କରିସାରିଛି। ବର୍ତ୍ତମାନ ମଧ୍ୟ ଗଣତି ଚାଲୁ ରହିଥିବାବେଳେ ଏହି ଦଳ ୩ଟି ଆସନରେ ଆଗୁଆ ରହିଛି। ଅନ୍ୟ ପକ୍ଷରେ ଶାସକ ସିକ୍କିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ୫ଟିରେ ବିଜୟୀ ହୋଇଥିବାବେଳେ ୪ଟିରେ ଆଗୁଆ ଅଛି।

ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ୍‌ ଚାମଲିଙ୍ଗ୍ ଲଢ଼ୁଥିବା ଦୁଇଟିଯାକ ଆସନରେ ବିଜୟ ଲାଭ କରିଛନ୍ତି। ସେ ନାମ୍‌ଚି ସିଙ୍ଗଟାଙ୍ଗ ଏବଂ ପୋକ୍‌ଲୋକ୍‌ କାମ୍ରାଙ୍ଗ ଆସନରୁ ଲଢ଼ୁଥିଲେ। ନାମଚିରୁ ସେ ୩୭୭ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଚାମଲିଙ୍ଗ ୧୯୯୪ ମସିହାରୁ ସିକ୍କିମ୍‌ର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି।

ଏସ୍‌କେଏମ୍‌ ବିଧାୟକ ସୋନମ୍‌ ଲାମା ସଂଘ ବିଧାନସଭା କ୍ଷେତ୍ରରୁ ବିଜୟ ଲାଭ କରିଛନ୍ତି। ସେ ୬୧୮ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ସେହଭିଳି ଏସ୍‌ଡିଏଫ୍‌ ପ୍ରାର୍ଥୀ ଲୋକନାଥ ଶର୍ମା ଲକ୍ଷୁମାନ ଶର୍ମାଙ୍କୁ ୧,୮୧୪ ଭୋଟ୍‌ରେ ହରାଇଛନ୍ତି।

Related story