ସିମଲାରେ ତୁଷାରପାତ, ତାପମାତ୍ରା ୩.୩ ଡିଗ୍ରୀକୁ ଖସିଲା

ସିମଲା: ହିମାଚଳ ପ୍ରଦେଶର ଉଚ୍ଚ ପାହାଡିଆ ଅଞ୍ଚଳ ଓ ସିମଲାରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ତାପମାତ୍ରା ହ୍ରାସ ପାଇ ୩.୩ ଡିଗ୍ରୀ ସେଲସିୟସକୁ ଚାଲିଆସିଛି। ପର୍ଯ୍ୟଟନ କ୍ଷେତ୍ର କୁର୍ଫି, ଥିୟୋଗ ଓ ନାରକଣ୍ଡା ଅଞ୍ଚଳରେରେ ରହି ରହି ତୁଷାରପାତ ହେଉଛି। ତୁଷାରପାତ ଯୋଗୁଁ ସିମଲାର ଦୂରବର୍ତ୍ତି ଅଞ୍ଚଳ ଓ ଶିରମୋର ଜିଲ୍ଲାରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଗତକାଲି ସିମଲାର ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗୋଟିଏ ଦିନର ତୁଷାରପାତରେ ତାପମାତ୍ର ୧୦.୯ ସେଲସିୟସ […]

simla

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 05:53 AM IST

ସିମଲା: ହିମାଚଳ ପ୍ରଦେଶର ଉଚ୍ଚ ପାହାଡିଆ ଅଞ୍ଚଳ ଓ ସିମଲାରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ତାପମାତ୍ରା ହ୍ରାସ ପାଇ ୩.୩ ଡିଗ୍ରୀ ସେଲସିୟସକୁ ଚାଲିଆସିଛି। ପର୍ଯ୍ୟଟନ କ୍ଷେତ୍ର କୁର୍ଫି, ଥିୟୋଗ ଓ ନାରକଣ୍ଡା ଅଞ୍ଚଳରେରେ ରହି ରହି ତୁଷାରପାତ ହେଉଛି। ତୁଷାରପାତ ଯୋଗୁଁ ସିମଲାର ଦୂରବର୍ତ୍ତି ଅଞ୍ଚଳ ଓ ଶିରମୋର ଜିଲ୍ଲାରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।

ଗତକାଲି ସିମଲାର ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗୋଟିଏ ଦିନର ତୁଷାରପାତରେ ତାପମାତ୍ର ୧୦.୯ ସେଲସିୟସ କମି ୩.୩ ଡିଗ୍ରୀକୁ ଖସି ଆସିଛି।

Related story