ଯୁଦ୍ଧ ବିମାନ ତେଜସକୁ ଓଡ଼ାଇଲେ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ: ଭୁରି ଭୁରି କଲେ ପ୍ରଶଂସା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଜସକୁ ଉଡ଼ାଇଲେ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ। ଭାରତୀୟ ବାୟୁସେନାର ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସକୁ ଉଡ଼ାଇଛନ୍ତି ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ ଏନଜି ଇଙ୍ଗ୍ ହେନ୍। ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନଘାଟିରେ ହେନ୍ ଏହି ବିମାନକୁ ଚଳାଇବା ସହ ଏହାର ନିର୍ମାଣ ଓ କାର୍ଯ୍ୟଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ତେବେ ସିଙ୍ଗାପୁର ଭାରତଠାରୁ ଏହି ଯୁଦ୍ଧ ବିମାନ କିଣିବା ଲାଗି ଯୋଜନା କରିଛି କି ବୋଲି ପ୍ରଶ୍ନର ଉତ୍ତରରେ ହେନ୍ କହିଛନ୍ତି ସେ […]

hen-on-tejas_1511870299

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 10:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଜସକୁ ଉଡ଼ାଇଲେ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ। ଭାରତୀୟ ବାୟୁସେନାର ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସକୁ ଉଡ଼ାଇଛନ୍ତି ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ ଏନଜି ଇଙ୍ଗ୍ ହେନ୍। ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନଘାଟିରେ ହେନ୍ ଏହି ବିମାନକୁ ଚଳାଇବା ସହ ଏହାର ନିର୍ମାଣ ଓ କାର୍ଯ୍ୟଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ତେବେ ସିଙ୍ଗାପୁର ଭାରତଠାରୁ ଏହି ଯୁଦ୍ଧ ବିମାନ କିଣିବା ଲାଗି ଯୋଜନା କରିଛି କି ବୋଲି ପ୍ରଶ୍ନର ଉତ୍ତରରେ ହେନ୍ କହିଛନ୍ତି ସେ ଜଣେ ପାଇଲଟ୍ ନୁହନ୍ତି କି ଇଂଜିନିୟର ତେଣୁ ଏହା ବିଷୟରେ କିଛି କିହିବାକୁ ସେ ମନା କରିଦେଇଛନ୍ତି। ତେବେ ତେଜସରେ ଯାତ୍ରା ଅତି ଆନନ୍ଦଦାୟକ ଏବଂ ଏହା କାର ଯାତ୍ରା ଭଳି ଅନୁଭବ ହୋଇଥିବା ହେନ୍ କହିଛନ୍ତି। ହେନ୍ ଆଜି ପ୍ରଥମ ଥର ପାଇଁ କୌଣସି ବିଦେଶୀ ନାଗରିକ ଭାବେ ଭାରତୀୟ ଯୁଦ୍ଧ ବିମାନ ତେଜସରେ ଯାତ୍ରା କରିବା ସହ ଏହାକୁ ଉଡ଼ାଇଛନ୍ତି।

Related story