ପୁଣେ: ଫେବୃଆରୀ ୧୯ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ତାରିଖ। ଏହି ଦିନଠୁ ମହାରାଷ୍ଟ୍ରର ସମସ୍ତ କଲେଜରେ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ। ମହାରାଷ୍ଟ୍ର ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ମହାରାଷ୍ଟ୍ରର ବୈଷୟିକ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି।
ଏଭଳି ନିଷ୍ପତ୍ତି କିଛି ଦିନ ପୂର୍ବରୁ ନିଆଯାଇଥିଲା। ଯଦି ଗୋଟିଏ କଲେଜର ୫୦ ପ୍ରତିଶତ ଉପସ୍ଥାପନ ରୁହେ ତା’ହେଲେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ୧୫ ଲକ୍ଷ ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାଇବେ ବୋଲି ସେ କହିଛନ୍ତି। କ୍ଲାସ ଆରମ୍ଭ ହେବା ବ୍ୟତୀତ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଗତମାସରେ ସ୍କୁଲ ଛାତ୍ରଛାତ୍ରୀ ସମ୍ୱିଧାନର ପ୍ରାବଧାନ ପଢ଼ିବା ବାଧ୍ୟତାମୂଳକ କରିଛି ମହାବିକାଶ ଅଘାଡି ମେଣ୍ଟ ସରକାର।