ସିରିଆର ବିମାନ ଆକ୍ରମଣ:  ୧୭୦ ଆଇଏସ୍ ଆତଙ୍କୀ ମୃତ

ବେରୁତ: ସିରିଆର କୁର୍ଦ ସେନା ଓ ଆମେରିକା ନେତୃତ୍ୱରେ ଉତ୍ତର- ପୂର୍ବ ଅଞ୍ଚଳ ଅଲ୍-ହସାକାରେ କରାଯାଇଥିବା ବିମାନ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ୧୭୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କୁର୍ଦ ଅଧିକାରୀ ମଙ୍ଗଳବାର ଏଇ ସୂଚନା ଦେଇଛନ୍ତି । ଏପଟେ ସର୍ରିନ୍ ଅବଜରଭେଟିକ୍ ଫର୍ ହ୍ୟୁମାନ୍ ରାଇଟସ୍ କହିବାନୁଯାୟୀ ବିମାନ ଆକ୍ରମଣରେ ଅନେକ ଜିହାଦୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ତେଲ ତାମର ସହର ସୀମାନ୍ତ ଅଞ୍ଚଳରେ ଘଟିଛି । ଏଠାରେ ଆଇଏସ୍ ଆତଙ୍କବାଦୀ ଫେବୃଆରୀ […]

first

Rakesh Mallick
  • Published: Wednesday, 20 May 2015
  • , Updated: 04 May 2017, 03:45 PM IST

ବେରୁତ: ସିରିଆର କୁର୍ଦ ସେନା ଓ ଆମେରିକା ନେତୃତ୍ୱରେ ଉତ୍ତର- ପୂର୍ବ ଅଞ୍ଚଳ ଅଲ୍-ହସାକାରେ କରାଯାଇଥିବା ବିମାନ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ୧୭୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କୁର୍ଦ ଅଧିକାରୀ ମଙ୍ଗଳବାର ଏଇ ସୂଚନା ଦେଇଛନ୍ତି । ଏପଟେ ସର୍ରିନ୍ ଅବଜରଭେଟିକ୍ ଫର୍ ହ୍ୟୁମାନ୍ ରାଇଟସ୍ କହିବାନୁଯାୟୀ ବିମାନ ଆକ୍ରମଣରେ ଅନେକ ଜିହାଦୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ତେଲ ତାମର ସହର ସୀମାନ୍ତ ଅଞ୍ଚଳରେ ଘଟିଛି । ଏଠାରେ ଆଇଏସ୍ ଆତଙ୍କବାଦୀ ଫେବୃଆରୀ ଠାରୁ  କୁର୍ଦ  ଓ ତାଙ୍କ ସହଯୋଗୀଙ୍କ ସହ ସଂଘର୍ଷ କରୁଥିଲେ । କୁର୍ଦ ସେନା ମଙ୍ଗଳବାର ତେଲ ତମାରର ଦକ୍ଷିଣ ତଲାନ୍ ସହରରକୁ କବଜା କରିଥିଲେ । ତେଲ ତାମରା ଦକ୍ଷିଣରେ ଥିବା ଅନେକ ଗାଁ ଏବେ ବି ଆଇଏସ୍ କବଜା ରହିଛି।

Related story