ବିକାଶ ଦୁବେ ଏନକାଉଣ୍ଟର ମାମଲା, ଏସଆଇଟି କରିବ ତଦନ୍ତ
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ମାମଲାର ତଦନ୍ତ କରିବ ଏସଆଇଟି। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଏହି ଏସଆଇଟି ଟିମର ନେତୃତ୍ୱ ନେବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଭୁସରେଡ୍ଡୀ। ଏହି ଟିମରେ ଏଡିଜି ହରିରାମ ଶର୍ମା ଏବଂ ଡିଆଇଜି ଜେ ରବୀନ୍ଦ୍ର ଗୌଡ ରହିଛନ୍ତି। ଏମାନେ ଏସଆଇଟି ଟିମରେ ସାମିଲ୍ ଅଛନ୍ତି।
#KanpurEncounter case: State Government has ordered that a Special Investigation Team (SIT) will conduct the investigation in the case. SIT will be headed by Additional Chief Secretary Sanjay Bhoosreddy. pic.twitter.com/95H9OGHRc0
— ANI UP (@ANINewsUP) July 11, 2020
ସୂଚନାଯୋଗ୍ୟ, ଗୁରୁବାର ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାର ଏକ କାଳୀମନ୍ଦିରରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଗିରଫ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶ ପୁଲିସ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରିଥିଲା। ପୁଲିସ ଶୁକ୍ରବାର କାନପୁର ଆଣୁଥିବା ବେଳେ କାରଟି ଓଲଟି ପଡ଼ିଥିଲା। ଏହି ସମୟରେ ବିକାଶ ପୁଲିସର ବନ୍ଧୁକ ଛଡ଼ାଇ ନେଇ ଖସିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା। ପୁଲିସର ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।