ନୂଆଦିଲ୍ଲୀ: ଆଜି ମୋଦିଙ୍କ ଦ୍ୱିତୀୟ ସରକାରର ପ୍ରଥମ ବଜେଟ୍। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ ଏକ ବ୍ରିଫ୍କେଶ୍ ଧରି ସଂସଦକୁ ଆସନ୍ତି। ଆଉ ଏଥିରେ ବଜେଟ୍ ଡକ୍ୟୁମେଣ୍ଟ୍ ବା ଦସ୍ତାବିଜ୍ ଥାଏ। ତେବେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପରମ୍ପରାକୁ ଭାଙ୍ଗିଛନ୍ତି। ବ୍ରିଫ୍କେଶ୍ ବଦଳରେ ସେ ଆଜି ଏକ ଲାଲ୍ କପଡ଼ାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦକୁ ଆସିଥିଲେ। ଦସ୍ତାବିଜ୍ଗୁଡ଼ିକୁ ଲାଲ୍ କପଡ଼ାରେ ଗୁଡ଼ାଯାଇ ଏକ ଫିତାରେ ବନ୍ଧା ଯାଇଥିଲା। ଏହା ଉପରେ ଏକ ଅଶୋକ ସ୍ତମ୍ଭ ମଧ୍ୟ ଥିଲା।
ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୁବ୍ରମଣ୍ୟମ କହିଛନ୍ତି, ବ୍ରିଫକେଶ୍ ପଶ୍ଚିମ ପରମ୍ପରା ବା ବ୍ରିଟିଶ ଅମଳର ପ୍ରଥା। ପ୍ରତି ଭାରତୀୟ ନିଜ ବ୍ୟବସାୟରେ ବହିଖାତା ବ୍ୟବହାର କରିଥା’ନ୍ତି। ତେଣୁ ଚଳିତ ଥର ଏହି ପରମ୍ପରାକୁ ଆପଣା ଯାଇଛି।