ନରମିଲା ଚାଇନା, କହିଲା ଭାରତ ସହ ସୀମା ବିବାଦ ସ୍ଥିର ଓ ନିୟନ୍ତ୍ରଣରେ ରହିଛି

ବେଜିଂ: ଲଦାଖ ଓ ଉତ୍ତର ସିକ୍କିମରେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଥିବା ଚାଇନା ଏବେ ବଡ଼ ବୟାନ ଦେଇଛି। ଲଦାଖ ସୀମାରେ ଏୟାରବେସ ଓ ଯୁଦ୍ଧ ବିମାନ ସହ ଅଧିକ ସଂଖ୍ୟକ ସେନା ମୁତୟନ କରିଥିବା ଚାଇନା ପଡ଼ୋଶୀ ଭାରତ ସହ ସୀମା ବିବାଦ ସମ୍ପର୍କରେ ମୁହଁ ଖୋଲିଛି। ଭାରତ ସହ ସୀମା ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଓ ସ୍ଥିର ରହିଛି। ଉଭୟ ଦେଶ ଆଲୋଚନା ଓ ବୁଝାମଣା ଭିତ୍ତିରେ ସବୁ ପ୍ରକାରର ସମସ୍ୟାକୁ ସମାଧାନ […]

c

Hemant Lenka
  • Published: Wednesday, 27 May 2020
  • , Updated: 27 May 2020, 06:14 PM IST

ବେଜିଂ: ଲଦାଖ ଓ ଉତ୍ତର ସିକ୍କିମରେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଥିବା ଚାଇନା ଏବେ ବଡ଼ ବୟାନ ଦେଇଛି। ଲଦାଖ ସୀମାରେ ଏୟାରବେସ ଓ ଯୁଦ୍ଧ ବିମାନ ସହ ଅଧିକ ସଂଖ୍ୟକ ସେନା ମୁତୟନ କରିଥିବା ଚାଇନା ପଡ଼ୋଶୀ ଭାରତ ସହ ସୀମା ବିବାଦ ସମ୍ପର୍କରେ ମୁହଁ ଖୋଲିଛି।

ଭାରତ ସହ ସୀମା ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଓ ସ୍ଥିର ରହିଛି। ଉଭୟ ଦେଶ ଆଲୋଚନା ଓ ବୁଝାମଣା ଭିତ୍ତିରେ ସବୁ ପ୍ରକାରର ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ। ଉଭୟ ଦେଶ ପାଖରେ ଏନେଇ ସମସ୍ତ ପ୍ରକାରର ବିକଳ୍ପ ରହିଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, “ସୀମା ସମ୍ପର୍କରେ ଚାଇନାର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ଓ ସ୍ଥିର ରହିଛି। ଆମେ ବର୍ତ୍ତମାନ ଦୁଇ ଦେଶର ନେତା ପରସ୍ପର ସହ କରିଥିବା ଆଲୋଚନାର ଫଳାଫଳ ଓ ଦୁଇ ଦେଶ ପରସ୍ପର ସହ କରିଥିବା ଚୁକ୍ତି ଅନୁସାରେ ହିଁ କାର୍ଯ୍ୟ କରିବୁ। ଆମେ ସର୍ବଦା ଆମ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଗୁରୁତ୍ୱ ଦେଉଛୁ।

ସେହିପରି ସୀମାରେ ଶାନ୍ତି ଓ ସ୍ଥିରତା ଲକ୍ଷ୍ୟରେ ଚାଇନା ସେନା କାର୍ଯ୍ୟ କରୁଛି। ଏବେ ଭାରତ-ଚାଇନା ମଧ୍ୟରେ ସୀମା ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଓ ସ୍ଥିର ରହିଛି। ସୀମାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ପାଖରେ ଉପଯୁକ୍ତ ମାଧ୍ୟମ ରହିଛି। ଯେକୌଣସି ସମସ୍ୟା ଆଲୋଚନା ଓ ବୁଝାମଣା ଦ୍ୱାରା ଶେଷ କରାଯାଇପାରିବ।”

ଭାରତ ଓ ଚାଇନା ପରସ୍ପର ସହ ପ୍ରାୟ ୩୫କିମି ସୀମା ଶେୟାର କରିଛନ୍ତି। ତେବେ ମେ’ ୫ ତାରିଖରୁ ଉଭୟ ଦେଶ ମଧ୍ୟରେ ସୀମାକୁ ନେଇ ତିକ୍ତତା ସୃଷ୍ଟି ହୋଇଛି।

Related story