‘ଗୋଲି ମାରୋ .... କୋ’ ନାରା ଦେଇ ୬ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ଠାରେ ୬ ଜଣଙ୍କୁ ଅଟକ ରଖିଛି। ସେମାନେ ‘ ଦେଶକେ ଗଦାରୋଁ କୋ ଗୋଲି ମାରୋ …. କୋ’ ନାରା ଦେଇଥିବା ଅଭିଯୋଗ କରାଯାଇଛି। ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ପଚରାଉଚରା ପାଇଁ ନେଇଛି। ସୂନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ପରେ ବହୁ ଲୋକପ୍ରିୟତା ଲାଭ କରିଥିବା ଏହି ନାରା ଦିଲ୍ଲୀ ବିଧାନସଭାରେ ବିବାଦୀୟ ହୋଇପଡ଼ିଥିଲା। ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ଏହି ନାରାକୁ କ୍ରମେ ବ୍ୟବହାର କରାଗଲା। […]

Delhi

Subrat Kumar Nayak
  • Published: Saturday, 29 February 2020
  • , Updated: 29 February 2020, 03:57 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ଠାରେ ୬ ଜଣଙ୍କୁ ଅଟକ ରଖିଛି। ସେମାନେ ‘ ଦେଶକେ ଗଦାରୋଁ କୋ ଗୋଲି ମାରୋ .... କୋ’ ନାରା ଦେଇଥିବା ଅଭିଯୋଗ କରାଯାଇଛି। ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ପଚରାଉଚରା ପାଇଁ ନେଇଛି।

ସୂନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ପରେ ବହୁ ଲୋକପ୍ରିୟତା ଲାଭ କରିଥିବା ଏହି ନାରା ଦିଲ୍ଲୀ ବିଧାନସଭାରେ ବିବାଦୀୟ ହୋଇପଡ଼ିଥିଲା। ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ଏହି ନାରାକୁ କ୍ରମେ ବ୍ୟବହାର କରାଗଲା। ପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ନିର୍ବାଚନୀ ପ୍ରଚାରରେ ମଧ୍ୟ ଏହି ନାରା ଦେଇଥିଲେ। ଏହାକୁ ନେଇ ସାରା ଦେଶରେ ତମ୍ବି ତୋଫାନ ଦେଖାଯାଇଥିଲା।

ପିଟିଆଇ ପକ୍ଷରୁ କୁହାଯାଇଛି, ୫ରୁ ୬ ଜଣ ଗେରୁଆ କୁର୍ତ୍ତା ଓ ଟି ଶାର୍ଟ ପିନ୍ଧା ଯୁବକ ଏଭଳି ନାରା ଦେଇଥିଲେ। ଟ୍ରେନ୍‌ ଅଟକିବା ପୂର୍ବରୁ ହିଁ ଏଭଳି ନାରା ଦେଇଥିଲେ। ଦେଶର ଯୁବବର୍ଗ ସିଏଏକୁ ସମର୍ଥନ ଦେବା ପାଇଁ ବାହାରିଛନ୍ତି ବୋଲି ସେମାନେ ବାର୍ତ୍ତା ଦେବାକୁ ଚାହୁଁଥିଲେ।

Related story