ନ୍ୟୁଜିଲ୍ୟାଣ୍ଡ ଯାଇଥିବା ୬ ପାକ୍‌ କ୍ରିକେଟରଙ୍କୁ କରୋନା

ଅକଲ୍ୟାଣ୍ଡ: ପୁଣିଥରେ ପାକିସ୍ତାନର ଜାତୀୟ କ୍ରିକେଟରଙ୍କୁ ଆଟାକ କରିଛି କରୋନା। ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ଜାତୀୟ ଦଳର ୬ ଜଣ କ୍ରିକେଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନ୍ୟୁଜିଲ୍ୟାଣ୍ଡ ସରକାର ବେଶ ସଫଳତାର ସହ କରୋନା ମହାମାରୀକୁ ମାତ୍‌ ଦେଇଥିଲେ। ଏଥିପାଇଁ ସାରା ବିଶ୍ୱରେ ନ୍ୟୁଜିଲ୍ୟାଣ୍ଡକୁ ଆଦର୍ଶ ଦେଶ ଭାବେ ଗ୍ରହଣ କରାଯାଉଛି। ହେଲେ ଏବେ ୫ଟିକିଆ ମ୍ୟାଚ୍‌ ଖେଳିବାକୁ ଯାଇଥିବା ପାକିସ୍ତାନ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ଚିନ୍ତା ବଢ଼ିଛି। ଏହି […]

y

Hemant Lenka
  • Published: Thursday, 26 November 2020
  • , Updated: 26 November 2020, 12:25 PM IST

ଅକଲ୍ୟାଣ୍ଡ: ପୁଣିଥରେ ପାକିସ୍ତାନର ଜାତୀୟ କ୍ରିକେଟରଙ୍କୁ ଆଟାକ କରିଛି କରୋନା। ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ଜାତୀୟ ଦଳର ୬ ଜଣ କ୍ରିକେଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନ୍ୟୁଜିଲ୍ୟାଣ୍ଡ ସରକାର ବେଶ ସଫଳତାର ସହ କରୋନା ମହାମାରୀକୁ ମାତ୍‌ ଦେଇଥିଲେ।

ଏଥିପାଇଁ ସାରା ବିଶ୍ୱରେ ନ୍ୟୁଜିଲ୍ୟାଣ୍ଡକୁ ଆଦର୍ଶ ଦେଶ ଭାବେ ଗ୍ରହଣ କରାଯାଉଛି। ହେଲେ ଏବେ ୫ଟିକିଆ ମ୍ୟାଚ୍‌ ଖେଳିବାକୁ ଯାଇଥିବା ପାକିସ୍ତାନ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ଚିନ୍ତା ବଢ଼ିଛି। ଏହି କ୍ରିକେଟରମାନେ କେମିତି କରୋନାରେ ଆକ୍ରାନ୍ତ ହେଲେ, ତା’ର ତଦନ୍ତ ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ କ୍ରିକେଟରଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି। ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲାହାରୋରୁ ଆସିବା ବେଳେ ୫୩ ଜଣିଆ ଟିମ୍‌ର ଲକ୍ଷଣ ଚେକିଂ କରାଯାଇଥିଲା। ହେଲେ ସେତେବେଳେ କୌଣସି ସଦସ୍ୟଙ୍କ ଶରୀରେ କରୋନା ଲକ୍ଷଣ ଦେଖାଯାଇ ନଥିଲା।

ନଭେମ୍ବର ୨୪ରେ ସେମାନେ ନ୍ୟୁଜିଲ୍ୟାଣ୍ଡର କ୍ରିଷ୍ଟଚର୍ଚ୍ଚରେ ପହଞ୍ଚିବା ପରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହି ସମୟରେ ୬ ଜଣ କ୍ରିକେଟରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏବେ ଆଇସୋଲେସନରେ ଥିବା ଖେଳାଳିଙ୍କର ଅତିକମରେ ୪ ଥର କରୋନା ଟେଷ୍ଟ କରାଯିବ। ସେହିପରି ପୂରା ଟିମ୍‌ର ସଦସ୍ୟ ସେମାନଙ୍କ ରୁମ ମଧ୍ୟରେ ରହିବେ।

ସିସିଟିଭିରୁ ଜଣାପଡ଼ିଛି ଯେ ଏକାଧିକ ଖେଳାଳି ସେମାନଙ୍କ ଆଇସୋଲେସନ ନିୟମ ଭାଙ୍ଗି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଅନେକ ଥର ସେମାନଙ୍କୁ ନିୟମ ପାଳନ କରିବାକୁ କୁହାଯାଇଥିଲେ ହେଁ କେହି ବି ଏକଥା ଶୁଣି ନଥିଲେ। ତେଣୁ ସେମାନଙ୍କୁ ଶେଷଥର ପାଇଁ ସତର୍କ କରାଇ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-୨୦ ଓ ୨ଟି ଟେଷ୍ଟ ଖେଳାଯିବ। ଡିସେମ୍ବର ୧୮ରୁ ଅକଲ୍ୟାଣ୍ଡରେ ପ୍ରଥମ ଟି-୨୦ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Related story