ବ୍ୟାଙ୍କକରୁ ଚେନ୍ନାଇ ଚାଲାଣ ହେଉଥିଲା କଲରାପତରିଆ ଶାବକ

ଚେନ୍ନାଇ: ବ୍ୟାଙ୍କକରୁ ବିମାନ ଯୋଗେ ଭାରତର ଚେନ୍ନାଇକୁ ବେଆଇନ୍‌ ଭାବେ ଚାଲାଣ ହେଉଥିବା ଗୋଟିଏ କଲରାପତରିଆ ଶାବକକୁ ଉଦ୍ଧାର କରାଯାଇଛି। ଏହି ଚୋରା ଚାଲାଣକାରୀ ଗ୍ୟାଙ୍ଗର ଜଣଙ୍କୁ କାବୁ କରିଛି କଷ୍ଟମ ବିଭାଗ। କଷ୍ଟମ ବିଭାଗର ଅଧିକାରୀମାନେ ଆଜି ବ୍ୟାଙ୍କକରୁ ଏକ ବ୍ୟାଗ୍‌ରେ କଲରାପତରିଆ ଶାବକ ନେଇ ଚେନ୍ନାଇ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ଉକ୍ତ ବ୍ୟାଗରୁ କଲରାପତରିଆ ଶାବକଟିକୁ ଉଦ୍ଧାର କରିବା ପରେ ତାକୁ ଆରଗିନାର ଆନ୍ନା ଜୁଅଲଜିକାଲ ପାର୍କକୁ ନିଆଯାଇଛି। ତା […]

ga

Hemant Lenka
  • Published: Saturday, 02 February 2019
  • , Updated: 02 February 2019, 08:27 PM IST

ଚେନ୍ନାଇ: ବ୍ୟାଙ୍କକରୁ ବିମାନ ଯୋଗେ ଭାରତର ଚେନ୍ନାଇକୁ ବେଆଇନ୍‌ ଭାବେ ଚାଲାଣ ହେଉଥିବା ଗୋଟିଏ କଲରାପତରିଆ ଶାବକକୁ ଉଦ୍ଧାର କରାଯାଇଛି। ଏହି ଚୋରା ଚାଲାଣକାରୀ ଗ୍ୟାଙ୍ଗର ଜଣଙ୍କୁ କାବୁ କରିଛି କଷ୍ଟମ ବିଭାଗ।

କଷ୍ଟମ ବିଭାଗର ଅଧିକାରୀମାନେ ଆଜି ବ୍ୟାଙ୍କକରୁ ଏକ ବ୍ୟାଗ୍‌ରେ କଲରାପତରିଆ ଶାବକ ନେଇ ଚେନ୍ନାଇ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ଉକ୍ତ ବ୍ୟାଗରୁ କଲରାପତରିଆ

ଶାବକଟିକୁ ଉଦ୍ଧାର କରିବା ପରେ ତାକୁ ଆରଗିନାର ଆନ୍ନା ଜୁଅଲଜିକାଲ ପାର୍କକୁ ନିଆଯାଇଛି। ତା ପୂର୍ବରୁ ଅଧିକାରୀମାନେ ଶାବକଟିକୁ ଏକ ବୋତଲରେ କ୍ଷୀର ପିଇବାକୁ ଦେଇଥିଲେ। ଏହାପରେ ସେ ସୋଫା ଉପରେ ମଧ୍ୟ ବୁଲାବୁଲି କରିଥିଲା। ଏହାର ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଛି।

ଚେନ୍ନାଇର ୪୫ ବର୍ଷୀୟ କାଜା ମୋଇଦ୍ଦିନ କ୍ୱାଲାଲମପୁରଠାରେ କାର୍ଯ୍ୟ କରନ୍ତି। ସେ ଆଜି ଥାଇ ଏୟାରୱେଜର ବିମାନ ଯୋଗେ ଏକ କଲରାପତରିଆ ଶାବକକୁ ନେଇ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲେ।

ସେ ବେଶ ତରବରିଆ ଭାବେ ବିମାନବନ୍ଦରରୁ ନିଜର ବ୍ୟାଗ ନେଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ୟାଗ୍‌ ମଧ୍ୟରୁ ଶାବକଟିର କ୍ଷୀଣ ସ୍ୱର ଶୁଣିବାକୁ ମିଳିଥିଲା। ଏହାପରେ ତାଙ୍କୁ ଅଧିକାରୀମାନେ ଅଟକ ରଖି ବ୍ୟାଗ ଯାଞ୍ଚ କରିଥିଲେ। ଏହି ସମୟରେ ଏକ ଗୋଲାପୀ ବାସ୍କେଟ୍‌ରୁ ଶାବକଟିକୁ ଉଦ୍ଧାର କରାଯାଇଥିଲା।

କାଜାଙ୍କୁ ତୁରନ୍ତ ଗିରଫ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/i/status/1091634044733935617

Related story