ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ବୁଧବାର ମୁଲାୟମଙ୍କୁ ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି। ଏ ନେଇ ମେଦାନ୍ତ ହସ୍ପିଟାଲର ଡିରେକ୍ଟର ରାକେଶ କପୁର ସୂଚନା ଦେଇଛନ୍ତି। ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ଭାଇ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ (ପିଏସପିଏଲ)ର ପ୍ରତିଷ୍ଠାତା ଶିବପାଲ ଯାଦବ ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି। […]

mulayam-singh-yadav

mulayam-singh-yadav

Subhransu Sekhar
  • Published: Thursday, 07 May 2020
  • Updated: 07 May 2020, 07:27 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ବୁଧବାର ମୁଲାୟମଙ୍କୁ ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି। ଏ ନେଇ ମେଦାନ୍ତ ହସ୍ପିଟାଲର ଡିରେକ୍ଟର ରାକେଶ କପୁର ସୂଚନା ଦେଇଛନ୍ତି। ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କ ଭାଇ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ (ପିଏସପିଏଲ)ର ପ୍ରତିଷ୍ଠାତା ଶିବପାଲ ଯାଦବ ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି।

ମୁଲାୟମ ସିଂହ ଯାଦବ ୫ଦିନ ହେବ କୋଷ୍ଠ କାଠିନ୍ୟ ସମସ୍ୟାରେ ପଡ଼ିଛନ୍ତି। ତେଣୁ ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଣ୍ଡୋକ୍ସୋପି ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଉଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ବୋଲି ରାକେଶ କପୁର ସୂଚନା ଦେଇଛନ୍ତି। ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos