ସର୍ପ ଦଂଶନରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ସାପ କାମୁଡ଼ିଲେ ହଠାତ୍‌ କ’ଣ କରିବେ

ଲକ୍ଷ୍ନୋ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ସୁଖପୁରାରେ ଏକ ଅଭାବନୀୟ ଘଟଣା ଘଟିଛି।  ଗୋଟିଏ ବିଛଣାରେ ଦୁଇ ଭାଇ ଶୋଇ ଥିବା ବେଳେ ସର୍ପ ଦଂଶନରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜ୍‌ କୁମାର ରାମଙ୍କ ଦୁଇ ପୁଅ ରବି(୧୦) ଏବଂ ଅକ୍ଷୟ(୧୩)। ଉଭୟେ ଗତକାଲି ରାତିରେ ଖାଇ ପିଇ ଶୋଇଥିଲେ। ତେବେ କୌଣସିମତେ ଏକ ବିଷଧର ସାପ ଘର ଭିତରକୁ ପ୍ରବେଶ କରି ଉଭୟଙ୍କୁ ଦଂଶନ କରିଥିଲା। ପୋଲିସ କହିବା ଅନୁଯାୟୀ ପ୍ରାଥମିକ ଅବସ୍ଥାରେ ପରିବାର […]

snake

Rakesh Mallick
  • Published: Sunday, 29 July 2018
  • , Updated: 29 July 2018, 11:42 PM IST

ଲକ୍ଷ୍ନୋ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ସୁଖପୁରାରେ ଏକ ଅଭାବନୀୟ ଘଟଣା ଘଟିଛି।  ଗୋଟିଏ ବିଛଣାରେ ଦୁଇ ଭାଇ ଶୋଇ ଥିବା ବେଳେ ସର୍ପ ଦଂଶନରେ ସେମାନଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ରାଜ୍‌ କୁମାର ରାମଙ୍କ ଦୁଇ ପୁଅ ରବି(୧୦) ଏବଂ ଅକ୍ଷୟ(୧୩)। ଉଭୟେ ଗତକାଲି ରାତିରେ ଖାଇ ପିଇ ଶୋଇଥିଲେ। ତେବେ କୌଣସିମତେ ଏକ ବିଷଧର ସାପ ଘର ଭିତରକୁ ପ୍ରବେଶ କରି ଉଭୟଙ୍କୁ ଦଂଶନ କରିଥିଲା।

ପୋଲିସ କହିବା ଅନୁଯାୟୀ ପ୍ରାଥମିକ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନ ନେଇ ଝଡ଼ାଫୁଙ୍କା କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା।

ସାପ କାମୁଡ଼ିଲେ ହଠାତ୍‌ କଣ କରିବେ

୧- ଏକ ରଶି ଆଣି ସେଥିରେ ସାପ କାମୁଡ଼ି ଥିବା ସ୍ଥାନର ଉପର ଅଂଶକୁ ବାନ୍ଧି ଦେବେ। ଯେପରି ବିଷ ଶରୀରକୁ ଆଉ କୌଣସି ଅଂଶକୁ ଚରି ପାରିବନି। କିନ୍ତୁ ଏହାକୁ ଅତି ଜୋରରେ ବାନ୍ଧିବେ ନାହିଁ । ଏହା କ୍ଷତିକାରକ ହୋଇପାରେ।

୨-କାହାକୁ ସାପ କାମୁଡ଼ି ଥିଲେ ତାଙ୍କୁ ଡରାନ୍ତୁ ନାହିଁ। କାରଣ, ସାପ କାମୁଡ଼ିଥିଲେ ଲୋକେ ସଙ୍ଗେ ସଙ୍ଗେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ନ୍ତି। ଆଉ ଏହି ଡରରେ ବେଳେ ବେଳେ ପୀଡ଼ିତ ମାନସିକ ଭାରସାମ୍ୟ ହରାଇ ହୃଦଘାତ ଯୋଗୁ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି।

୩-ଆପଣ ଯେତେ ଶୀଘ୍ର ସମ୍ଭବ ପୀଡ଼ିତଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଆନ୍ତୁ।

୪-ତେବେ ଗୋଟିଏ କଥା ପ୍ରତି ଧ୍ୟାନ ଦିଅନ୍ତୁ। ସାପ କାମୁଡ଼ିଲେ ଆୟୁର୍ବେଦିକ ଚିକିତ୍ସା କରାନ୍ତୁ ନାହିଁ କିମ୍ବା ଗୁଣିଗାରେଡ଼ି ଚକ୍କରରେ ପଡ଼ନ୍ତୁ ନାହିଁ।

ଏହା ପୀଡ଼ିତଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

Related story