ବର ଓ କନ୍ୟା ପରସ୍ପରକୁ ପିନ୍ଧାଇଲେ ‘ସାପମାଳା’

ନୂଆଦିଲ୍ଲୀ: ବହୁତ ବାହାଘର ଆପଣ ଦେଖିଥିବେ। ହିନ୍ଦୁ ରୀତିନୀତିରେ ସାଧାରଣତଃ ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ଥାଆନ୍ତି। ଏହି ବରଣମାଳାଗୁଡ଼ିକ ସାଧାରଣତଃ ଫୁଲରେ ତିଆରି ହୋଇଥାଏ। କିଛି କିଛି ଜାଗାରେ ଟଙ୍କାରେ ତିଆରି ବରଣମାଳା ମଧ୍ୟ ବ୍ୟବହାର କରାଯାଏ। ତେବେ ବର ଓ କନ୍ୟା ପରସ୍ପରକୁ ସାପର ବରଣମାଳା ପିନ୍ଧାଇବା କେବେ ଆପଣ ଦେଖିଛନ୍ତି କି? ଏବେ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଉଭୟ ବର ଓ କନ୍ୟା […]

snake

Rakesh Mallick
  • Published: Saturday, 07 July 2018
  • , Updated: 07 July 2018, 08:52 AM IST

ନୂଆଦିଲ୍ଲୀ: ବହୁତ ବାହାଘର ଆପଣ ଦେଖିଥିବେ। ହିନ୍ଦୁ ରୀତିନୀତିରେ ସାଧାରଣତଃ ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ଥାଆନ୍ତି। ଏହି ବରଣମାଳାଗୁଡ଼ିକ ସାଧାରଣତଃ ଫୁଲରେ ତିଆରି ହୋଇଥାଏ। କିଛି କିଛି ଜାଗାରେ ଟଙ୍କାରେ ତିଆରି ବରଣମାଳା ମଧ୍ୟ ବ୍ୟବହାର କରାଯାଏ। ତେବେ ବର ଓ କନ୍ୟା ପରସ୍ପରକୁ ସାପର ବରଣମାଳା ପିନ୍ଧାଇବା କେବେ ଆପଣ ଦେଖିଛନ୍ତି କି? ଏବେ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଉଭୟ ବର ଓ କନ୍ୟା ପରସ୍ପରକୁ ସାପର ବରଣମାଳା ପିନ୍ଧାଉ ଥିବା ଦେଖିବାକୁ ମିଳୁଛି। ପ୍ରଥମେ କନ୍ୟା ସାପର ମାଳାକୁ ବରକୁ ପିନ୍ଧାଉଛି। ତା’ପରେ କିଛି ମନ୍ତ୍ର ଉଚ୍ଚାରଣ ପରେ ବର କନ୍ୟାକୁ ସାପର ମାଳା ପିନ୍ଧାଉଛି। ଏ ସାପର ମାଳା ନକଲି ନୁହେଁ। ସତ ସତିକା ସାପକୁ ଏଥିପାଇଁ ବ୍ୟବହାର କରାଯାଇଥିଲା।  ସେମାନଙ୍କ ପାଖରେ ଥିବା ଲୋକେ ବି ଏହାକୁ ଦେଖି ଡରୁ ନାହାଁନ୍ତି।

ଭିଡିଓଟି ମହାରାଷ୍ଟ୍ରର କୌଣସି ସ୍ଥାନର ହୋଇଥାଇପାରେ ବୋଲି କୁହାଯାଉଛି। କେଉଁ ପରମ୍ପରା ଓ ରୀତିନୀତିରେ ଏ ବାହାଘର ହୋଇଛି ତାହା ବି ଜଣାପଡ଼ିନି। ବର ଓ କନ୍ୟା ଉଭୟ ଧଳା ପୋଷାକ ପିନ୍ଧିଥିଲେ। ସେମାନଙ୍କୁ ଘେରି ଲୋକେ ତଳେ ବସିଥିଲେ।

Related story