କଶ୍ମୀରରୁ ହଟିଲା ସୋଶାଲ ମିଡିଆ ବ୍ୟାନ

ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ ଜି କିମ୍ବା ୪ ଜି ଇଣ୍ଟରନେଟ ସେବା କଶ୍ମୀରବାସୀଙ୍କୁ ମିଳିବ ନାହିଁ। ସେମାନେ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ […]

xd

Hemant Lenka
  • Published: Wednesday, 04 March 2020
  • , Updated: 04 March 2020, 04:02 PM IST

ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ ଜି କିମ୍ବା ୪ ଜି ଇଣ୍ଟରନେଟ ସେବା କଶ୍ମୀରବାସୀଙ୍କୁ ମିଳିବ ନାହିଁ। ସେମାନେ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଲୋକମାନେ ଏବେ ବିନା କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ୨ଜି ଇଣ୍ଟରନେଟ ବ୍ୟବହାର କରିପାରିବେ। ପୂର୍ବରୁ ସରକାର ଜମ୍ମୁ-କଶ୍ମୀରରେ କେଉଁ ସବୁ ୱେବସାଇଟ୍‌କୁ ଲୋକମାନେ ବ୍ୟବହାର କରିପାରିବେ, ତା’ର ସୂଚନା ଦେଇଥିଲେ। ଏହା ବ୍ୟତୀତ ଲୋକମାନେ ଲ୍ୟାଣ୍ଡଲାଇନ ଜରିଆରେ ଇଣ୍ଟରନେଟ ସେବା ପାଇପାରିବେ। ହେଲେ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରିବା ପରେ ଯାଇ ହିଁ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ।

ଜମ୍ମୁ-କଶ୍ମୀରର ସମସ୍ତ ସ୍ଥାନରେ ଲୋକମାନେ ସୋଶାଲ ମିଡିଆକୁ ବ୍ୟବହାର କରିବେ। ଆଜି ଏହା ଉପରକୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଆଜିଠାରୁ ଜମ୍ମୁ-କଶ୍ମୀରର ସବୁ ସ୍ଥାନରେ ଇଣ୍ଟରନେଟ ସେବା କ୍ରୀୟାଶୀଳ ରହିଛି। ତେବେ ମାର୍ଚ୍ଚ ୧୭ ଯାଏ ଏହି ସେବା ଲୋକମାନେ ପାଇପାରିବେ। ପରୀକ୍ଷାମୂଳକ ଭାବେ ଏହାକୁ ଚାଲୁ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ଶାଲୀନ କବ୍ରା ଏହି ବିଜ୍ଞପ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଜମ୍ମୁ-କଶ୍ମୀରର ସମସ୍ତ ଲୋକ ଏବେ ସିଧାସଳଖ ଇଣ୍ଟରନେଟ ସେବାକୁ ଉପଭୋଗ କରିପାରିବେ। ହେଲେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ କେତେକ କଟକଣା ଲାଗୁ କରାଯାଇଛି। ଲୋକମାନେ କେବଳ ୨ଜି ସ୍ପିଡ୍‌ର ନେଟ ବ୍ୟବହାର କରିପାରିବେ।

ପୋଷ୍ଟ ପେଡ୍ ସିମ ବ୍ୟବହାରକାରୀ ସିଧାସଳଖ ଇଣ୍ଟରନେଟ ସେବା ପାଇବେ। ହେଲେ ପ୍ରି-ପେଡ୍ ସିମ୍ ବ୍ୟବହାରକାରୀଙ୍କୁ ଯାଞ୍ଚ କରିବା ପରେ ଯାଇ ଇଣ୍ଟରନେଟ ସୁବିଧା ମିଳିବ। ଫିକ୍ସଡ୍‌ ଲ୍ୟାଣ୍ଡଲାଇନ୍‌ ସଂଯୋଗ କରିଥିବା ଲୋକଙ୍କୁ ବି ଇଣ୍ଟରନେଟ ସେବା ମିଳିବ।”

ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ହିଂସା ସୃଷ୍ଟି ହେବାର ଆଶଙ୍କା ଥିଲା। ଏଥିପାଇଁ ସୋଶାଲ ମିଡିଆ ଉପରେ ବ୍ୟାନ ଲାଗିଥିଲା।

Related story