ଯୁବ ଇଂଜିନିୟରଙ୍କ ଆତ୍ମହତ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମେଦୁରାଇ: ଚୁଟି ଝଡିବା, ପେଟ ବଢିବା ଏ ସବୁ ଆଜିକାଲି ସାଧାରଣ କଥା ହୋଇଗଲାଣି। ପରିବର୍ତ୍ତିତ ଜୀବନ ଶୈଳୀ, ଧାଁ ଧପଡ, ବ୍ୟସ୍ତ ଜୀବନଚର୍ଯ୍ୟା ସକାସେ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଅଳ୍ପ ବୟସରୁ ଚୁଟି ଝଡିବା, ଚନ୍ଦାପଣ, ପେଟ ବଢିଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏ କଥାକୁ ଆପଣ ଅଳ୍ପେ ବହୁତେ ଅନୁଭବ କରିଥିବେ। ହେଲେ ଜଣେ ଉଚ୍ଚଶିକ୍ଷିତ ଯୁବକ ଏଭଳି ଏକ ସାମନ୍ୟ ଘଟଣାକୁ ନେଇ ଜୀବନ ହାରିଦେବେ ଶୁଣିଲେ ବିଶ୍ୱାସ […]

hair-fall

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 08:12 AM IST

ମେଦୁରାଇ: ଚୁଟି ଝଡିବା, ପେଟ ବଢିବା ଏ ସବୁ ଆଜିକାଲି ସାଧାରଣ କଥା ହୋଇଗଲାଣି। ପରିବର୍ତ୍ତିତ ଜୀବନ ଶୈଳୀ, ଧାଁ ଧପଡ, ବ୍ୟସ୍ତ ଜୀବନଚର୍ଯ୍ୟା ସକାସେ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଅଳ୍ପ ବୟସରୁ ଚୁଟି ଝଡିବା, ଚନ୍ଦାପଣ, ପେଟ ବଢିଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏ କଥାକୁ ଆପଣ ଅଳ୍ପେ ବହୁତେ ଅନୁଭବ କରିଥିବେ। ହେଲେ ଜଣେ ଉଚ୍ଚଶିକ୍ଷିତ ଯୁବକ ଏଭଳି ଏକ ସାମନ୍ୟ ଘଟଣାକୁ ନେଇ ଜୀବନ ହାରିଦେବେ ଶୁଣିଲେ ବିଶ୍ୱାସ ହେଉନି। ହେଲେ କଥାଟି ସତ।

ଚୁଟି ଝଡ଼ିବାରେ ବ୍ୟତିବ୍ୟସ୍ତ ହୋଇ ଜଣେ ଯୁବ ଇଞ୍ଜିନିୟର ବେକରେ ଦଉଡି ଦେଇ ଜୀବନ ହାରି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମଦୁରାଇରେ। ମୃତକ ଜଣକ ହେଲେ ଜୟହିନ୍ଦପୁରର ଯୁବ ଇଞ୍ଜିନିୟର ଆର. ମିଥୁନ ରାଜ(୨୭)। ସେ ବେଙ୍ଗାଲୁରସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିଲେ। ଦୀର୍ଘଦିନ ହେଲା ତାଙ୍କ ମୁଣ୍ଡରୁ କେଶ ଝଡିବା ନେଇ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ବିଭିନ୍ନ ଔଷଧ ଓ ଲୋସନ ବ୍ୟବହାର କରି ମଧ୍ୟ କେଶ ଝଡ଼ିବା ବନ୍ଦ ହୋଇ ନ ଥିଲା । ଶେଷରେ ସେ ଏମିତି ମାନସିକ ବିକାରଗ୍ରସ୍ତ ହୋଇପଡିଥିଲେ ସେ ଜୀବନ ହାରିଦେବାକୁ ମନସ୍ଥ କରିଦେଲେ। ରବିବାର ତାଙ୍କ ମା’ ମନ୍ଦିର ଯାଇଥିବାବେଳେ ମିଥୁନ ଘର ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ।

Related story