କଶ୍ମୀରର କେତେକ ସ୍ଥାନରେ ପଥର ମାଡ଼

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଆଜି ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ପ୍ରାଥମିକ ସ୍କୁଲ ଖୋଲିଛି। ଏଥିପାଇଁ ଆଜି ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିଲା। ତେବେ ଏହାର ସୁଯୋଗ ନେଇ କିଛି ପଥର ଫିଙ୍ଗାଳି ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି କଶ୍ମୀର କିଛି ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ଲୋକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଏହି ପଥର ମାଡ଼ରେ ୮ରୁ ୧୦ଟି […]

we

Hemant Lenka
  • Published: Monday, 19 August 2019
  • , Updated: 19 August 2019, 09:17 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଆଜି ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ପ୍ରାଥମିକ ସ୍କୁଲ ଖୋଲିଛି। ଏଥିପାଇଁ ଆଜି ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିଲା। ତେବେ ଏହାର ସୁଯୋଗ ନେଇ କିଛି ପଥର ଫିଙ୍ଗାଳି ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି କଶ୍ମୀର କିଛି ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ଲୋକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଏହି ପଥର ମାଡ଼ରେ ୮ରୁ ୧୦ଟି କାର୍‌ ଭାଙ୍ଗି ଯାଇଥିବାର ଫଟୋ ସାମ୍ନାକୁ ଆସିଛି।

କିନ୍ତୁ ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରି ନାହିଁ। ଏହାପୂର୍ବରୁ ଶ୍ରୀନଗରରେ ମଧ୍ୟ ସମାନ ଧରଣର ଟେକା ପଥର ମାଡ଼ ଘଟଣା ସାମ୍ନାକୁ ଆସିଥିଲା। ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କନସାଲ ହିଂସାକାଣ୍ଡ ଘଟଣାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ତଳେ ଉପତ୍ୟକାର ବିଭିନ୍ନ ସ୍ଥାନରେ ୭ରୁ ୮ଟି ଟେକା ପଥର ମାଡ଼ ଘଟଣା ଘଟିଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି।

Related story