କିଛି ଲୋକଙ୍କର ‘ହିନ୍ଦୁ’ ଶବ୍ଦରେ ଆଲର୍ଜି ଥାଏ, ଏହା ଠିକ୍‌ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ଆଜି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ସମ୍ମାନ ଭାରତୀୟଙ୍କ ରକ୍ତରେ ସମାହିତ ରହିଛି। ସେ କହିଛନ୍ତି, କିଛି ଲୋକଙ୍କର ‘ହିନ୍ଦୁ’ ଶବ୍ଦକୁ ନେଇ ସମସ୍ୟା ରହିଛି। କାହାର ନାଁ ନନେଇ ସେ କହିଛନ୍ତି, “ଦେଶରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ହିନ୍ଦୁ ଶବ୍ଦକୁ ନେଇ ସମସ୍ୟା ରହିଥାଏ। ଆମେ ତାଙ୍କର କିଛି ସହାୟତା କରିପାରିବା ନାହିଁ। ସେମାନଙ୍କର ସେପରି ମତ ରଖିବାର ଅଧିକାର ରହିଛି। କିନ୍ତୁ ତାହା […]

Vice-President

Subrat Kumar Nayak
  • Published: Sunday, 12 January 2020
  • , Updated: 12 January 2020, 10:43 PM IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ଆଜି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ସମ୍ମାନ ଭାରତୀୟଙ୍କ ରକ୍ତରେ ସମାହିତ ରହିଛି। ସେ କହିଛନ୍ତି, କିଛି ଲୋକଙ୍କର ‘ହିନ୍ଦୁ’ ଶବ୍ଦକୁ ନେଇ ସମସ୍ୟା ରହିଛି।

କାହାର ନାଁ ନନେଇ ସେ କହିଛନ୍ତି, “ଦେଶରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ହିନ୍ଦୁ ଶବ୍ଦକୁ ନେଇ ସମସ୍ୟା ରହିଥାଏ। ଆମେ ତାଙ୍କର କିଛି ସହାୟତା କରିପାରିବା ନାହିଁ। ସେମାନଙ୍କର ସେପରି ମତ ରଖିବାର ଅଧିକାର ରହିଛି। କିନ୍ତୁ ତାହା ଠିକ୍‌ ନୁହେଁ।”

ସେ କହିଥିଲେ, ଆଜିର ସମୟରେ ବିଭିନ୍ନ ଲୋକଙ୍କ ମଧ୍ୟରେ ଭେଦଭାବ ନକରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଲୋକଙ୍କ ଭିତରେ ଉଠିଥିବା ପାଚେରୀ ଭାଙ୍ଗିଦେବାର ସମୟ ଆସିଛି। ଆମେ ସର୍ବ ଧର୍ମ ସର୍ବ ଭାବନାରେ ବିଶ୍ୱାସ କରୁ। ଏହା ଆମ ଭାରତୀୟ ରକ୍ତ ଏବଂ ଆମ ସଭ୍ୟତାରେ ରହିଛି। ଉପରାଷ୍ଟ୍ରପତି କହିଛନ୍ତି, ସେକୁଲାରିଜିମ୍‌ର ଅର୍ଥ ନୁହେଁ ଗୋଟିଏ ନିର୍ଦ୍ଦିଷ୍ଟ ବିଶ୍ୱାସକୁ ଅପମାନିତ କରିବା ବା ତୁଷ୍ଟିକରଣ କରିବା।

ବିବେକାନନ୍ଦଙ୍କ ବାବଦରେ ସେ କହିଥିଲେ, ଏହି ସନ୍ଥ ପାଶ୍ଚାତ୍ୟରେ ହିନ୍ଦୁଧର୍ମର ପ୍ରଚାର ପ୍ରସାର କରାଇଥିଲେ। ସେ ଜଣେ ସାମାଜିକ ସଂସ୍କାର ଥିଲେ ଏବଂ ଧାର୍ମିକ ମତବାଦକୁ ଲଦିବା ବିରୋଧରେ ଥିଲେ। ଜାତି ଓ ବର୍ଣ୍ଣ ନିର୍ବିଶେଷ ମାନବିକତାର ଉତ୍ଥାନ ଚାହୁଁଥିଲେ। ମାନବିକତା ତିଷ୍ଠିବା ପାଇଁ ଆଧ୍ୟାତ୍ମିକତା ଜରୁରୀ ବୋଲି ଗୁରୁତ୍ୱ ଦେଇଥିଲେ।

Related story