ବଜେଟ୍‌ ପାଇଁ ସଂସଦରେ ଶୁଭିଥିଲା ଏମିତି ଶାୟରୀ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ) : ଆଜି ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ। ଏଥର ମୋଦି ସରକାର ନିଜ କାର୍ଯ୍ୟକାଳର ୫ମ ତଥା ଶେଷ ବଜେଟ୍‌ ସଂସଦରେ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ହେତୁ ମନ୍ତ୍ରୀ ପିୟୁଷ ଗୋୟଲ୍‌ ଏଥର ବଜେଟ୍‌ ଆଗତ କରୁଛନ୍ତି। ପୂର୍ବରୁ ଯାହା ଦେଖାଯାଇଛି, ସାଧାରଣତଃ ବଜେଟ୍‌ ଅଧିବେଶନରେ ଅର୍ଥ ମନ୍ତ୍ରୀଙ୍କ ଅଭିଭାଷଣ ଦୀର୍ଘ ସମୟ ଧରି ଚାଲେ। ତେଣୁ କିଛି ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶ୍ରୁତିମଧୁର […]

11

11

Biswobandita Swain
  • Published: Friday, 01 February 2019
  • Updated: 01 February 2019, 12:26 PM IST

Sports

Latest News

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ) : ଆଜି ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ। ଏଥର ମୋଦି ସରକାର ନିଜ କାର୍ଯ୍ୟକାଳର ୫ମ ତଥା ଶେଷ ବଜେଟ୍‌ ସଂସଦରେ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ହେତୁ ମନ୍ତ୍ରୀ ପିୟୁଷ ଗୋୟଲ୍‌ ଏଥର ବଜେଟ୍‌ ଆଗତ କରୁଛନ୍ତି।

ପୂର୍ବରୁ ଯାହା ଦେଖାଯାଇଛି, ସାଧାରଣତଃ ବଜେଟ୍‌ ଅଧିବେଶନରେ ଅର୍ଥ ମନ୍ତ୍ରୀଙ୍କ ଅଭିଭାଷଣ ଦୀର୍ଘ ସମୟ ଧରି ଚାଲେ। ତେଣୁ କିଛି ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶ୍ରୁତିମଧୁର ଓ ଆକର୍ଷଣୀୟ କରିବା ପାଇଁ କିଛି ହିନ୍ଦୀ ଶାୟରୀର ସାହାରା ନିଅନ୍ତି। ଏବର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ବିଗତ ଦିନରେ ସଂସଦରେ ବଜେଟ୍‌ ଆଗତ କରିବାବେଳେ ନିଜ ଅଭିଭାଷଣରେ ବହୁବାର ଶାୟରୀ ପଢ଼ିଥିବା ଆପଣ ଶୁଣିଥିବେ। ତେବେ କେବଳ ଜେଟ୍‌ଲୀ ନୁହନ୍ତି, ପୂର୍ବରୁ ଅନେକ ଅର୍ଥମନ୍ତ୍ରୀ ମଧ୍ୟ ବଜେଟ୍‌ ଉପସ୍ଥାପନବେଳେ ନିଜ ଅଭିଭାଷଣରେ ଶାୟରୀ ଗାଇଛନ୍ତି।

ଏବେ ଆସନ୍ତୁ ଜାଣିବା, ବିଗତ ଦିନରେ କେଉଁ ବିତ୍ତମନ୍ତ୍ରୀ କିଭଳି ଢଙ୍ଗରେ ଏବଂ କ’ଣ କହି ସେମାନଙ୍କ ବଜେଟ୍‌କୁ ଗ୍ରହଣୀୟ କରିବା ପାଇଁ ଉଦ୍ୟମ କରିଥିଲେ।

ସ୍ୱର୍ଗୀୟ ରାଜୀବ ଗାନ୍ଧି 

୧୯୮୭ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଅର୍ଥମନ୍ତ୍ରୀ ଥିବା ରାଜୀବ ଗାନ୍ଧି ସଂସଦରେ ବଜେଟ୍‌ ଆଗତ କରିଥିଲେ। ଏଥିରେ ସେ ସିଗାରେଟ୍‌ ଉପରେ ଅଧିକ ଟ୍ୟାକ୍ସ ଲଗାଇଥିଲେ। ସେ ସମୟରେ ବଡ଼ ମଜାଳିଆ ଅନ୍ଦାଜ୍‌ରେ ସେ କହିଥିଲେ, “ମତେ ଅଧିକ ରାଜସ୍ୱ ଆଣିବାର ଅଛି ଆଉ। ଏଥିପାଇଁ ମୋତେ ଅର୍ଥମନ୍ତ୍ରୀଙ୍କ ବିଶ୍ୱସ୍ତ ବନ୍ଧୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଶତ୍ରୁମାନଙ୍କ ସାହାରା ନେବାକୁ ପଡିବ।’’

ସିଗାରେଟ୍‌ ସେବନ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥିବାରୁ ପରୋକ୍ଷରେ ସ୍ୱାସ୍ଥ୍ୟ ବିଭାଗର ଶତ୍ରୁ ଭାବେ ଏହି ଉତ୍ପାଦକୁ ଅଭିହିତ କରିଥିଲେ ରାଜୀବ। ତାଙ୍କର ଏହି ଶାୟରୀ ମାର୍କା ଭାଷଣ ଶୁଣି ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଡଃ ମନମୋହନ ସିଂହ

୧୯୯୧ ମସିହାରେ ମନମୋହନ ସିଂହ କେନ୍ଦ୍ରର ପିଭି ନରସିଂହ ରାଓଙ୍କ ସରକାରର ଅର୍ଥମନ୍ତ୍ରୀ ଥିଲେ। ତାଙ୍କୁ ଆର୍ଥିକ ଉଦାରୀକରଣର ଜନକ କୁହାଯାଏ। ୧୯୯୧ ମସିହାରେ ତାଙ୍କ ବଜେଟ୍‌ ଅଭିଭାଷଣରେ ଡଃ ସିଂହ ପ୍ରସିଦ୍ଧ ଶାୟର ଇକ୍‌ବାଲ୍‌ଙ୍କର କିଛି ପଂକ୍ତି ଶୁଣାଇଥିଲେ।  ସେ କହିଥିଲେ, ୟୁନାନ-ମିଶର୍‌-ରୋମ୍‌ ସବ ମିଟ୍‌ ଗୟେ ଜାହାଁ ସେ, ଅବତକ୍‌ ମଗର ହୈ ବାକି, ନାମ ଔର ନିଶା ହମାରା।

ଅନେକ ସଭ୍ୟତା ବିଲୋପ ହୋଇଯାଇଛି। ମିଶର୍‌, ୟୁନାନ୍‌ ଭଳି ସଭ୍ୟତାର ବିଲୋପ ପରେ ମଧ୍ୟ ଭାରତ ସେମିତି ଛିଡ଼ା ହୋଇ ରହିଛି। ଆମେ (ପୂର୍ବଜମାନେ) ଆମ ଆର୍ଥିକ ସ୍ଥିତିକୁ ସଠିକ୍‌ ଢଙ୍ଗରେ ପରିଚାଳନା ଓ ବ୍ୟବସ୍ଥିତ କରି ପାରିଛୁ ବୋଲି ଆମ ଦେଶ ଏମିତି ସୁଦୃଢ ରହିଛି। ଏମିତି କିଛି ଭାବାର୍ଥ ନେଇ ଡଃ ସିଂହଙ୍କ ବକ୍ତବ୍ୟ ପରେ ଦଳମତ ନିର୍ବିଶେଷରେ ସମସ୍ତେ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ।

ପି. ଚିଦମ୍ବରମ୍‌

ପି. ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ବହୁ ବାର ସାଧାରଣ ବଜେଟ୍‌ ଆଗତ କରିଛନ୍ତି। ୧୯୯୭ରେ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ସେ ତାମିଲ୍‌ କବି ତିଋୱଲୁୱରଙ୍କ ପଂକ୍ତି ଆବୃତ୍ତି କରିଥିଲେ। ସେ କହିଥିଲେ - “ଇଦିପ୍ପରଇ ଇଲ୍ଲାଥା ଇମାରା ମନ୍ନାନ କେଦ୍ଦୁପାର ଇଲାନୁଅମ୍‌ କେଦୁମ୍।”

ଏହାର ଅର୍ଥ ଥିଲା “ସେହି ରାଜା ବିଷୟରେ ଥରେ ଚିନ୍ତା କରନ୍ତୁ, ଯେ ନିଜ ନିନ୍ଦୁକମାନଙ୍କ କଥା ଶୁଣି ନ ଥାଏ। ଆଉ ଏମିତି ସ୍ଥିତିରେ ଶତ୍ରୁବିହୀନ ହୋଇ ମଧ୍ୟ ଉକ୍ତ ରାଜାର ରାଜ୍ୟ, ପ୍ରତିପତ୍ତି, ସମ୍ମାନ ସବୁ ହିଁ ନଷ୍ଟ ହୁଏ।” ଚିଦାମ୍ବରମ୍‌ ଯେ, ନିଜ ପ୍ରଂଶସକ ଓ ନିନ୍ଦୁକମାନଙ୍କ କଥାକୁ ଆଧାର କରି ବିତ୍ତ ବିଭାଗକୁ ସନ୍ତୁଳିତ ଢଙ୍ଗରେ ପରିଚାଳିତ କରନ୍ତି, ଆଉ ବଜେଟ୍‌ ମଧ୍ୟ ସମସ୍ତଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରିଛନ୍ତି, ଏହା କହିବା ପାଇଁ ହିଁ ଏହି କବିତାର ସାହାରା ନେଇଥିଲେ। ତେବେ କବିତାଟି ତାମିଲ୍‌ ଭାଷାରେ ହୋଇଥିବାରୁ ଅଧିକାଂଶ ସାଂସଦ ଏହାକୁ ବୁଝି ପାରି ନ ଥିଲେ।

ଅରୁଣ ଜେଟ୍‌ଲୀ

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଅନେକ ସମୟରେ ସଂସଦରେ ଶାୟରୀ ଆବୃତ୍ତି କରିବାର ଦେଖିବାକୁ ମିଳିଛି। ୨୦୧୭ ବଜେଟ୍‌ ଉପସ୍ଥାପନ ବେଳେ ନୋଟବନ୍ଦୀକୁ ନେଇ ଚିନ୍ତା ନ କରିବାକୁ କହି ସେ ଦୁଇ ପଂକ୍ତି ଶାୟରୀ କହିଥିଲେ। ସେ କହିଥିଲେ, ‘ହର୍‌ ମୋଡ ପେ ଘବରାକେ ନ ଥମ୍‌ ଯାଏ ହମ୍‌, ଜୋ ବାତ୍‌ ନୟି ହୈ, ଉସେ ଆପନାଏ ଆପ୍‌, ଡର୍‌ତେ ହୈ ନୟି ରାହ୍‌ପେ ୟେ କ୍ୟୁ ଚଲନେ ସେ, ହମ୍‌ ଆଗେ ଆଗେ ଚଲ୍‌ତେ ହୈ ଆଜାଏ ଆପ୍‌।’

ନୂଆ ଚିନ୍ତା ଓ ନୂଆ ଭାବନାକୁ ସର୍ବଦା ଗ୍ରହଣ କରିବା ଉଚିତ୍‌। ଏଣୁ ନୋଟ୍‌ବନ୍ଦୀ ବ୍ୟବସ୍ଥାକୁ ସାରା ଦେଶ ଦଳମତ ନିର୍ବିଶେଷରେ ଗ୍ରହଣ କରୁ ବୋଲି ସେ ମତ ରଖିଥିଲେ। ଗୃହରେ ସଂଖ୍ୟାଗରିଷ୍ଠତା ଥିବାରୁ ଅଧିକାଂଶ ସଂସଦ ଏହି ମତକୁ ସମର୍ଥନ କରିଥିଲେ ଓ ତାଳି ମଧ୍ୟ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story