ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦିଙ୍କୁ ଟାର୍ଗେଟ କଲେ ସୋନିଆ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଦଳମତ ନିର୍ବିଶେଷରେ ସମସ୍ତେ ଗାନ୍ଧିଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାଜଘାଟକୁ ଆଜି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାପରେ ସୋନିଆ କଂଗ୍ରେସ କର୍ମୀଙ୍କୁ ଉଦ୍‌ବୋଧନ […]

d

Hemant Lenka
  • Published: Wednesday, 02 October 2019
  • , Updated: 02 October 2019, 03:43 PM IST

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଦଳମତ ନିର୍ବିଶେଷରେ ସମସ୍ତେ ଗାନ୍ଧିଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରାଜଘାଟକୁ ଆଜି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାପରେ ସୋନିଆ କଂଗ୍ରେସ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ‘‘ଗାନ୍ଧିଙ୍କ ଆଦର୍ଶକୁ ନେଇ ଭାରତର ମୂଳଦୁଆ ପଡ଼ିଛି। ଗାନ୍ଧି ଯେଉଁ ଭାରତର ପରିକଳ୍ପନା କରିଥିଲେ, ଏଇ ୫ବର୍ଷ ଭିତରେ ତା’ହା ଦୋହଲି ଯାଇଛି।

ଗାନ୍ଧିଙ୍କ ନାଁ ନେବା ବେଶ ସହଜ ହେଲେ ତାଙ୍କ ପଦ ଅନୁସରଣ କରିବା ଏକ କଷ୍ଟକର ବ୍ୟାପାର। ଯେଉଁମାନେ ଗାନ୍ଧିଙ୍କ ନାଁ ନେଉଛନ୍ତି, ସେମାନେ ତାଙ୍କ ଆଦର୍ଶକୁ ପାଳନ କରୁନାହାନ୍ତି। ତେଣୁ ସେମାନେ କେବେ ହେଲେ ଏହି ଯୋଜନାରେ ସଫଳ ହୋଇପାରିବେ ନାହିଁ।

କିଛି ଲୋକ ଆରଏସ୍‌ଏସ୍‌କୁ ଭାରତ ଛବି ଭାବେ ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନେ କେବଳ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେମାନେ କେବେ ହେଲେ ଗାନ୍ଧିଙ୍କୁ ବୁଝି ପାରିବେ ନାହିଁ। କଂଗ୍ରେସ ସର୍ବଦା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ। ଗାନ୍ଧିଙ୍କ ପଥକୁ ଅନୁସରଣ କରି ଆଜି କଂଗ୍ରେସ ହିଁ ଭାରତକୁ ଏତେ ବାଟ ଆଣି ପାରିଥିଲା। କଂଗ୍ରେସ ପୂର୍ବରୁ ଗାନ୍ଧିଙ୍କୁ ଅନୁସରଣ କରୁଥିଲା ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବ।”

Related story