ଘର ବାହୁଡ଼ା ଶ୍ରମିକଙ୍କ ଟ୍ରେନ ଭଡ଼ା ଦେବ କଂଗ୍ରେସ, କେନ୍ଦ୍ରକୁ ସୋନିଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଲକଡାଉନ ବେଳେ ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକଙ୍କୁ ଘରକୁ ଯିବା ପାଇଁ କେନ୍ଦ୍ର ସରକାର ଟ୍ରେନର ବ୍ୟବସ୍ଥା କରିଛନ୍ତି। ତେବେ ଶ୍ରମିକ ଓ ଅନ୍ୟ ପ୍ରବସୀଙ୍କ ଠାରୁ ଏଥିପାଇଁ ଭଡ଼ା ନିଆଯାଉଥିବା ଜଣାପଡ଼ିଛି। ଶ୍ରମିକମାନଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟ ହେଉଥିବାରୁ ଏହାକୁ କଂଗ୍ରେସର ଜୋରଦାର ବିରୋଧ କରିଛି। ଏଥିସହ ଘର ବାହୁଡ଼ା ଶ୍ରମିକଙ୍କ ଟ୍ରେନ ଭଡ଼ା କଂଗ୍ରେସ ବହନ କରିବ ବୋଲି ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। […]

dds

Hemant Lenka
  • Published: Monday, 04 May 2020
  • , Updated: 04 May 2020, 09:23 AM IST

ନୂଆଦିଲ୍ଲୀ: ଲକଡାଉନ ବେଳେ ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକଙ୍କୁ ଘରକୁ ଯିବା ପାଇଁ କେନ୍ଦ୍ର ସରକାର ଟ୍ରେନର ବ୍ୟବସ୍ଥା କରିଛନ୍ତି। ତେବେ ଶ୍ରମିକ ଓ ଅନ୍ୟ ପ୍ରବସୀଙ୍କ ଠାରୁ ଏଥିପାଇଁ ଭଡ଼ା ନିଆଯାଉଥିବା ଜଣାପଡ଼ିଛି। ଶ୍ରମିକମାନଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟ ହେଉଥିବାରୁ ଏହାକୁ କଂଗ୍ରେସର ଜୋରଦାର ବିରୋଧ କରିଛି।

ଏଥିସହ ଘର ବାହୁଡ଼ା ଶ୍ରମିକଙ୍କ ଟ୍ରେନ ଭଡ଼ା କଂଗ୍ରେସ ବହନ କରିବ ବୋଲି ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। ସୋନିଆ କହିଛନ୍ତି, “ସର୍ବସମ୍ମତିକ୍ରମେ କଂଗ୍ରେସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରଦେଶ କଂଗ୍ରେସ କମିଟି ଗୁଡ଼ିକ ଟ୍ରେନରେ ଯାତ୍ରା କରୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଭଡ଼ା ଭରଣ କରିବ।

ତେଣୁ ସେମାନେ ଏଦିଗରେ ଏବେଠାରୁ ପ୍ରକ୍ରିୟା ଆରମ୍ଭ କରନ୍ତୁ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ସେମାନଙ୍କୁ ସହାୟତା କରିବା ପାଇଁ କଂଗ୍ରେସ ସର୍ବଦା ପ୍ରସ୍ତୁତ ରହିଛି ଓ କାନ୍ଧରେ କାନ୍ଧ ମିଶାଇ ସେମାନଙ୍କୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛି। ଆମ ଦେଶର ଅର୍ଥନୀତି ଓ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛନ୍ତି ଆମ ଶ୍ରମିକ।

ଆମ ସରକାର ବିଦେଶରେ ଫସିଥିବା ଲୋକଙ୍କୁ ମାଗଣା ବିମାନରେ ଆଣି ପାରୁଛନ୍ତି, ଗୁଜରାଟରେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୧୦୦ କୋଟିର ଖାଦ୍ୟ ଦିଆଯାଇ ପାରୁଛି ଓ ରେଳ ମନ୍ତ୍ରଣାଳୟ ପିଏମ କେୟାର୍ସ ଫଣ୍ଡକୁ ୧୫୧ କୋଟି ଦାନ କରିପାରୁଛି। ହେଲେ ଲକଡାଉନ ଯୋଗୁ ହାତ ବାନ୍ଧି ବସିଥିବା ଶ୍ରମିକଙ୍କୁ କୌଣସି ସହାୟତା କରିବା ପାଇଁ ସରକାରଙ୍କ ପାଖରେ ଅର୍ଥନାହିଁ।  ଘରକୁ ବାହାଡ଼ୁ ଥିବା ଶ୍ରମିକମାନଙ୍କ ଠାରୁ ଟ୍ରେନ ଭଡ଼ା ଆଦାୟ କରାଯାଉଛି।

ଶ୍ରମିକ ଓ ଗରିବଙ୍କ କ୍ଷେତ୍ରରେ ଏତେ ପାତରଅନ୍ତର କାହିଁକି? ୧୯୪୭ ମସିହା ପରେ ଭାରତରେ ପ୍ରଥମଥର ପାଇଁ ଶ୍ରମିକମାନେ ହଜାର ହଜାର କିମି ରାସ୍ତା ଚାଲିଚାଲି ଆସୁଛନ୍ତି। ସେମାନଙ୍କ ପାଖରେ ଖାଇବା, ମେଡିସିନ ଓ ଟଙ୍କା ନାହିଁ। ସେମାନେ କିଛି ବି ଚିନ୍ତା ନ କରି ନିଜ ଗାଁ ଓ ପରିବାର ଲୋକଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି। ଏପରି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ବି କେନ୍ଦ୍ର ସରକାର ଶ୍ରମିକଙ୍କ ପାଖରୁ ଟ୍ରେନ ଭଡ଼ା ଆଦାୟ କରୁଛନ୍ତି। ଏହା ସବୁଠାରୁ ଖରାପ ସମୟ।”

Related story