୬୫ ବର୍ଷ ବୟସରେ ନେତାଙ୍କୁ ଅବସର ଦେବ କଂଗ୍ରେସ? ଜାଣନ୍ତୁ ସୋନିଆଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଜ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା କଂଗ୍ରେସରେ ଲାଗୁ ହେବ କି ଅବସର ବୟସ ସୀମା? ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନେତାଙ୍କୁ ଗାଦି ଛାଡ଼ି ଘରେ ବସିବାକୁ କହିବ କି ଦଳ? ଏହାଦ୍ୱାରା ଯୁବ ବର୍ଗଙ୍କ ହାତରେ ଦଳର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହେବାର ଆଶା ଉଜ୍ଜୀବିତ ହେଲେ ଟ୍ରାକ୍‌କୁ ଫେରି ପାରିବ ତ ଦଳ? ଏହାକୁ ନେଇ କଂଗ୍ରେସ ଚିନ୍ତନ ଶିବିରରେ ତର୍ଜମା ଚାଲିଥିବା ବେଳେ ଗ୍ରୀନ୍‌ ସିଗନାଲ ଦେଇଥିଲେ କଂଗ୍ରେସ […]

congress

congress

Niharika Rout
  • Published: Tuesday, 17 May 2022
  • Updated: 17 May 2022, 01:57 PM IST

Sports

Latest News

ନୂଆଦିଲ୍ଲୀ: ନିଜ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା କଂଗ୍ରେସରେ ଲାଗୁ ହେବ କି ଅବସର ବୟସ ସୀମା? ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନେତାଙ୍କୁ ଗାଦି ଛାଡ଼ି ଘରେ ବସିବାକୁ କହିବ କି ଦଳ? ଏହାଦ୍ୱାରା ଯୁବ ବର୍ଗଙ୍କ ହାତରେ ଦଳର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହେବାର ଆଶା ଉଜ୍ଜୀବିତ ହେଲେ ଟ୍ରାକ୍‌କୁ ଫେରି ପାରିବ ତ ଦଳ?

ଏହାକୁ ନେଇ କଂଗ୍ରେସ ଚିନ୍ତନ ଶିବିରରେ ତର୍ଜମା ଚାଲିଥିବା ବେଳେ ଗ୍ରୀନ୍‌ ସିଗନାଲ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ହେଲେ ଏହି ନିୟମ ଲାଗୁ ହେଲେ ଦଳର ବହୁ ତୁଙ୍ଗ ଓ ପୁରୁଖା ନେତା ସକ୍ରିୟ ରାଜନୀତିକୁ ଦୂରେଇ ଯିବା ଆଶଙ୍କା ଥିବାରୁ ଏହି ନିୟମକୁ ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କଂଗ୍ରେସକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହେଲେ ଗୋଟିଏ ନିଷ୍ପତ୍ତି ନିଆଯିବା ପୂର୍ବରୁ ଅଟକି ଯାଇଛି।

ସୂତ୍ର ଅନୁଯାୟୀ, କଂଗ୍ରେସ ନେତାଙ୍କ ଅବସର ବୟସ ସୀମା ୬୫ ଧାର୍ଯ୍ୟ କରାଯାଉ ବୋଲି ଚିନ୍ତନ ଶିବିରରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖୋଦ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହା ଉପରେ ମୋହର ଲଗାଇ ଦେଇଥିଲେ। ଏହାପରେ କଂଗ୍ରେସ ଶିବିରରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଥିଲା।

ଏହାଦ୍ୱାରା ୬୫ ପାର୍‌ କରି ସାରିଥିବା ଦଳର ବହୁ ଆଗ ଧାଡ଼ିର ନେତା ଯେପରିକି ମଧ୍ୟପ୍ରଦେଶର କମଳନାଥ ସିଂ, ଦିଗବିଜୟ ସିଂ, ହିମାଚଳ ପ୍ରଦେଶର ପ୍ରତିଭା ବୀରଭଦ୍ର ସିଂ, ତାମିଲନାଡ଼ୁର ପି. ଚିଦାମ୍ବରମ, ଜାମ୍ମୁକାଶ୍ମୀରର ଗୁଲାମ ନବୀ ଆଜାଦ, କର୍ଣ୍ଣାଟକର ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଘରେ ବସିବା ଆଶଙ୍କା ଦେଖାଦେଇଥିଲା।

ଏହି ସମସ୍ୟା ସାମନାକୁ ଆସିବା ପରେ ପୁଣି ଥରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଚାର ବିମର୍ଶ ଚାଲିଲା। କଂଗ୍ରେସର ଏପରି ଦୁଃସମୟରେ ଏପରି ନିଷ୍ପତ୍ତି ଦଳ ପାଇଁ ହିତକର ସାବ୍ୟସ୍ତ ହେବ ନାହିଁ ବୋଲି ମତ ପ୍ରକାଶ ପାଇଲା। ଏହାପରେ ଏବେ ଏହି ନିଷ୍ପତ୍ତିକୁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଟାଳି ଦିଆଯାଇଛି।

ଧୀରେ ଧୀରେ ଏହି ନିଷ୍ପତ୍ତିକୁ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତି ପରେ କଂଗ୍ରେସର ପୁରୁଖା ନେତାମାନେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ୱାସ ମାରିବେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାପରେ ଦଳର ୫୦% ସିଟ୍‌ରେ ୫୦ ବର୍ଷରୁ କମ୍‌ ଯୁବକଙ୍କୁ ଭର୍ତ୍ତି କରାଯିବ।

୨୦୨୪ ଲୋକସଭା ନିର୍ବାଚନ ପରେ ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ଅବସର ନେବେ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କ ଅମଳର ଅମ୍ବିକା ସୋନି, ସୁଶୀଲ କୁମାର ସିନ୍ଦେ, ଏକେ ଆଣ୍ଟୋନୀ ପ୍ରମୁଖ ମଧ୍ୟ ସେହି ସମୟରେ ରାଜନୀତିରୁ ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ ଏହାପରେ ଧୀରେ ଧୀରେ କଂଗ୍ରେସ ଏହି ନିୟମ ଲାଗୁ କରିପାରେ ବୋଲି ରାଜନୈତିକ ବିଶ୍ଲେଷକ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story