ସୋନିଆ, ବରୁଣ ଓ ମାନେକା ଗାନ୍ଧିଙ୍କ ବାଜିମାତ

ନୂଆଦିଲ୍ଲୀ: ଗାନ୍ଧି ପରିବାରର ୩ ଜଣ ସଦସ୍ୟ ଚଳିତ ସାଧାରଣ ନିର୍ବାଚନରେ ବାଜିମାତ କରିଛନ୍ତି। ଉତ୍ତର ପ୍ରଦେଶର ରାଏ ବରେଲୀ ଆସନରୁ ସୋନିଆ ଗାନ୍ଧି ବାଜିମାତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଦୀନେଶ ପ୍ରତାପ ସିଂହଙ୍କୁ ୧,୬୭,୧୭୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ୫,୩୪,୯୧୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦୀନେଶ ୩,୬୭,୭୭୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ ବିଜେପି ଟିକେଟ୍‌ରୁ ଉତ୍ତର […]

so

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:58 PM IST

ନୂଆଦିଲ୍ଲୀ: ଗାନ୍ଧି ପରିବାରର ୩ ଜଣ ସଦସ୍ୟ ଚଳିତ ସାଧାରଣ ନିର୍ବାଚନରେ ବାଜିମାତ କରିଛନ୍ତି। ଉତ୍ତର ପ୍ରଦେଶର ରାଏ ବରେଲୀ ଆସନରୁ ସୋନିଆ ଗାନ୍ଧି ବାଜିମାତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଦୀନେଶ ପ୍ରତାପ ସିଂହଙ୍କୁ ୧,୬୭,୧୭୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ୫,୩୪,୯୧୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦୀନେଶ ୩,୬୭,୭୭୪ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଅନ୍ୟପକ୍ଷରେ ବିଜେପି ଟିକେଟ୍‌ରୁ ଉତ୍ତର ପ୍ରଦେଶର ପିଲିଭିଟ୍‌ରୁ ଲଢ଼ୁଥିବା ବରୁଣ ଗାନ୍ଧି ନିଜର ବିଜୟ ଅଭିଯାନ ଜାରି ରଖିଛନ୍ତି। ସେ ଏହି ଆସନରେ ସପା ପ୍ରାର୍ଥୀ ହେମରାଜ ବର୍ମାଙ୍କୁ ୨.୫୦ ଲକ୍ଷ ଭୋଟ୍‌ରେ ପରାସ୍ତ କରିଛନ୍ତି। ୨୦୧୪ରେ ଏହି ଆସନରୁ ତାଙ୍କ ମା’ ମାନେକା ଗାନ୍ଧି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।
ବରୁଣ ଗାନ୍ଧିଙ୍କ ମା’ ମାନେକା ଗାନ୍ଧି ଏଥର ସୁଲତାନପୁରରୁ ପ୍ରାର୍ଥୀ ହୋଇଥିଲେ। ସେ ମଧ୍ୟ ଏହି ଆସନରେ ଜିତିଛନ୍ତି।

Related story