ସୋନିଆଙ୍କ ‘ରାଜଧର୍ମ’ ମନ୍ତବ୍ୟ ନେଇ ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଆମକୁ ରାଜଧର୍ମ ମନ୍ତବ୍ୟ ପାଳନ ପାଇଁ ଚେତାବନୀ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ନିଜ ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ହିଂସାକୁ ନେଇ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍ ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ। ଦିଲ୍ଲୀ ହିଂସାରେ […]

ravi shankar prasad

Subhransu Sekhar
  • Published: Friday, 28 February 2020
  • , Updated: 28 February 2020, 03:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଆମକୁ ରାଜଧର୍ମ ମନ୍ତବ୍ୟ ପାଳନ ପାଇଁ ଚେତାବନୀ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ନିଜ ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି।

ଦିଲ୍ଲୀ ହିଂସାକୁ ନେଇ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍ ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ। ଦିଲ୍ଲୀ ହିଂସାରେ ଅନେକଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରିବା ଉଚିତ୍। ରାଜଧାନୀରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ କୁହାଯିବା ଉଚିତ୍ ବୋଲି ରାଷ୍ଟ୍ରପତିଙ୍କୁ କହିଥିଲା କଂଗ୍ରେସ ପ୍ରତିନିଧି ଦଳ।

ରବି ଶଙ୍କର ପ୍ରସାଦ ଏବେ ରାଜଧର୍ମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କିଛି ପ୍ରଶ୍ନ କରିଛନ୍ତି। ‘ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକଙ୍କୁ ଧାର୍ମୀକ ଉତ୍ପୀଡନାର ଶିକାର ହେବାକୁ ପଡ଼ୁଛି। ଏହି ଅଳ୍ପ ସଂଖ୍ୟକଙ୍କୁ ନେଇ କଂଗ୍ରେସର ମତ ଏକ ଥିଲା। ଆପଣଙ୍କ ନେତାମାନେ ମଧ୍ୟ ଏହାକୁ ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି। ଇନ୍ଦିରା ଗାନ୍ଧୀ ଉଗାଣ୍ଡାର ବିସ୍ଥାପିତଙ୍କୁ ସହଯୋଗ କରିଥିଲେ। ରାଜୀବ ଗାନ୍ଧୀ ତାମିଲ ମାନଙ୍କୁ ସହଯୋଗ କରିଥିଲେ। ମନମୋହନ ସିଂହ ନାଗରିକତା ମିଳିବା ଦରକାର ବୋଲି ଦାବି କରିଥିଲେ। ଅଶୋକ ଗେହଲଟ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଚିଠି ଲେଖି ନାଗରିକତା ଦେବାକୁ ନିବେଦନ କରିଥିଲେ’।

‘ଏବେ କ’ଣ ହେଲା? କେଉଁ ଆଧାରରେ ଆପଣଙ୍କ ପକ୍ଷ ବଦଳିଗଲା? ଏ କେଉଁ ପ୍ରକାର ରାଜଧର୍ମ? ସୋନିଆ ଗାନ୍ଧୀ ଏହାକୁ ନେଇ ମତ ରଖିବାକୁ ହେବ। ନ ହେଲେ ମନମୋହନ ସିଂହ ସିଏଏକୁ ନେଇ କହିଥିବା କଥା ମିଛ ବୋଲି ସୋନିଆ ଗାନ୍ଧୀ କୁହନ୍ତୁ’ ବୋଲି ଆଇନ ମନ୍ତ୍ରୀ ଦାବି କରିଛନ୍ତି। ‘ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ଯାହା କରିଛନ୍ତି ତାହା କ’ଣ ଭୁଲ୍? ରାମଲୀଳା ମଇଦାନରେ ସୋନିଆ ଗାନ୍ଧୀ କହିଥିଲେ, ଏବେ ଲଢ଼େଇ ଆର-ପାର୍ ହେବ। ଏହା କି ପ୍ରକାରର ଭାଷା’ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି।

‘ଏନପିଆର ପ୍ରଥମେ କଂଗ୍ରେସ ଆରମ୍ଭ କରିଥିଲା। ଆପଣମାନେ ଯଦି କରିବେ ଠିକ୍, ହେଲେ ଆମେ କଲେ ଲୋକଙ୍କୁ କାହିଁକି ବିଭ୍ରାନ୍ତି କରି ଉସକାଯାଉଛି? ଏ କିଭଳି ରାଜଧର୍ମ ପାଳନ କରୁଛନ୍ତି ସୋନିଆ ଗାନ୍ଧୀ? ଶାହୀନବାଗରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ପାଇଁ ଛୋଟ ଛୁଆଙ୍କୁ ଡକାଯାଇଥିଲା, ସେତେବେଳେ ଆପଣ ନିରବ ରହିଥିଲେ କାହିଁକି। ଏହା କେଉଁ ପ୍ରକାର ରାଜଧର୍ମ’ ବୋଲି ଆଇନ୍ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Related story