ମୋଦି ସରକାର ଶାସନ କରିବାରେ ଅସମର୍ଥ ସାବ୍ୟସ୍ତ ହୋଇଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରକାର ଶାସନ କରିବାରେ  ଅସମର୍ଥ ସାବ୍ୟସ୍ତ ହୋଇଛନ୍ତି ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କ ସାଂସଦମାନଙ୍କୁ କହିଛନ୍ତି। ସେ କହିଛନ୍ତି,“ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ବିଫଳ ହୋଇଛନ୍ତି।  ମୋଦିଙ୍କୁ ନିଜର ଦୁର୍ନୀତି ଦେଖାଯାଉ ନାହିଁ।  ସେ କେବଳ ଶସ୍ତା ମାର୍କେଟିଂ  କରୁଛନ୍ତି।” ମୌସୁମୀ ଅଧିବେଶନରେ  କାଶ୍ମୀର  ହିଂସା, ଦେଶର ବେକାରୀ ସମସ୍ୟା ଓ  ଶ୍ରମିକମାନଙ୍କ ସ୍ଥିତି ବିଷୟରେ ସରକାରଙ୍କୁ ଘେରିବା ପାଇଁ ସେ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ହରିଆଣାର ରାଜ୍ୟସଭା ନିର୍ବାଚନ […]

sonia-gandhi

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 03:21 PM IST

ନୂଆଦିଲ୍ଲୀ: ମୋଦି ସରକାର ଶାସନ କରିବାରେ  ଅସମର୍ଥ ସାବ୍ୟସ୍ତ ହୋଇଛନ୍ତି ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କ ସାଂସଦମାନଙ୍କୁ କହିଛନ୍ତି।

ସେ କହିଛନ୍ତି,“ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ବିଫଳ ହୋଇଛନ୍ତି।  ମୋଦିଙ୍କୁ ନିଜର ଦୁର୍ନୀତି ଦେଖାଯାଉ ନାହିଁ।  ସେ କେବଳ ଶସ୍ତା ମାର୍କେଟିଂ  କରୁଛନ୍ତି।”

ମୌସୁମୀ ଅଧିବେଶନରେ  କାଶ୍ମୀର  ହିଂସା, ଦେଶର ବେକାରୀ ସମସ୍ୟା ଓ  ଶ୍ରମିକମାନଙ୍କ ସ୍ଥିତି ବିଷୟରେ ସରକାରଙ୍କୁ ଘେରିବା ପାଇଁ ସେ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ହରିଆଣାର ରାଜ୍ୟସଭା ନିର୍ବାଚନ ବେଳେ ହୋଇଥିବା ଗଡ଼ବଡ଼କୁ ମଧ୍ୟ ସଂସଦରେ ଉଠାଇବା ଲାଗି ସେ ସାଂସଦମାନଙ୍କୁ କହିଛନ୍ତି। ଏହା ସହ ଗୁଜରାଟ ଉନାରେ  ଦଳିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ମଧ୍ୟ ଗୃହରେ ସ୍ୱର ଉଠାବାକୁ ସୋନିଆ ତାଙ୍କ ସାଂସଦମାନଙ୍କୁ କହିଛନ୍ତି।

Related story