ପ୍ରବାସୀ ଶ୍ରମିକଙ୍କ ପାଇଁ ପୁଣି ପାଦେ ଆଗେଇଲେ ସୋନୁ

ମୁମ୍ୱାଇ: କରୋନା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଏହି କ୍ରମରେ ଆଉ ପାଦେ ଆଗେଇଛନ୍ତି। ଲକଡାଉନ୍ କଟକଣା ଯୋଗୁଁ ଜୀବିକା ହରାଇଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଏବେ ନିଯୁକ୍ତ ଆପ୍ ଖୋଲିଛନ୍ତି। ଏହାର ନାମ ରହିଛି ପ୍ରବାସୀ ରୋଜଗାର ଆପ୍। ଚାକିରି ଖୋଜିବାରେ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସୋନୁ ସୁଦ ବୁଧବାର ଏହି ଆପର ଶୁଭାରମ୍ଭ କରିଛନ୍ତି। ଏହି ଆପ ସମସ୍ତ ଆବଶ୍ୟକୀୟ […]

sonu-sood

sonu-sood

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 09:45 PM IST

Sports

Latest News

ମୁମ୍ୱାଇ: କରୋନା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଏହି କ୍ରମରେ ଆଉ ପାଦେ ଆଗେଇଛନ୍ତି। ଲକଡାଉନ୍ କଟକଣା ଯୋଗୁଁ ଜୀବିକା ହରାଇଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଏବେ ନିଯୁକ୍ତ ଆପ୍ ଖୋଲିଛନ୍ତି। ଏହାର ନାମ ରହିଛି ପ୍ରବାସୀ ରୋଜଗାର ଆପ୍। ଚାକିରି ଖୋଜିବାରେ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସୋନୁ ସୁଦ ବୁଧବାର ଏହି ଆପର ଶୁଭାରମ୍ଭ କରିଛନ୍ତି।

ଏହି ଆପ ସମସ୍ତ ଆବଶ୍ୟକୀୟ ସୂଚନା ଏବଂ ଚାକିରି ପାଇଁ ସଠିକ୍ ଲିଙ୍କ୍ ଯୋଗାଇ ଦେବ ବୋଲି ଜଣାପଡ଼ିଛି। ୪୭ ବର୍ଷୀୟ ଏହି ଅଭିନେତା କହିଛନ୍ତି “ଏହି ଆପକୁ ନେଇ ଦୀର୍ଘ ଦିନ ହେବ ଚିନ୍ତା କରି ଆସୁଥିଲି। ସମସ୍ତ ଯୋଜନା ଏବଂ ପ୍ରସ୍ତୁତି ଶେଷ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ପ୍ରବାସୀ ରୋଜଗାର ଆପ ତିଆରିରେ ଅନେକ ଏନଜିଓ ସଂସ୍ଥା, ଷ୍ଟାର୍ଟଟପ୍ ସଂସ୍ଥା ସହଯୋଗ କରିଛନ୍ତି”।
ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ସୁଯୋଗ ଖୋଜିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଏମ୍ବାଟୁର, ଅହମ୍ମଦାବାଦ ଏବଂ ଥିରୁଅନନ୍ତପୁରମରେ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ସୋନୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରବାସୀ ରୋଜଗାର ଆପରେ ୫୦୦ରୁ ଅଧିକ ଖ୍ୟାତିସମ୍ପନ୍ନ କମ୍ପାନୀ ରହିଛି। ଯାହାକି ଚାକିରିରେ ସୁଯୋଗ ପ୍ରଦାନ କରିବ। ଏହି ଆପରେ ସ୍ପୋକେନ୍ ଇଂଲିଶ ଭଳି ତାଲିମର ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos