ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍‌

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ପାରେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିମ୍‌ରେ ୱାର୍କଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଭଲ ଅନୁଭବ ନ କରିବାରୁ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ମାଇଲ୍ଡ […]

sourav-ganguly

Madhupriya Mistry
  • Published: Saturday, 02 January 2021
  • , Updated: 02 January 2021, 02:47 PM IST

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ପାରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିମ୍‌ରେ ୱାର୍କଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଭଲ ଅନୁଭବ ନ କରିବାରୁ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ମାଇଲ୍ଡ ଆଟାକ୍ ହୋଇଥିବା କୁହାଯାଉଛି।  ତାଙ୍କର କିଛି ପରୀକ୍ଷା ହୋଇଛି ଓ ଆଉ କିଛି ହେବ ବୋଲି ଜଣାପଡ଼ିଛି।

ଏ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗାଙ୍ଗୁଲିଙ୍କୁ ଶୀଘ୍ର ସୁସ୍ଥ କରି ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି।


ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର କପିଲ ଦେବ ମଧ୍ୟ ହୃଦଘାତର ଶିକାର ହୋଇଥିଲେ। ତେବେ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏବେ ସେ ସୁସ୍ଥ ଅଛନ୍ତି।

Related story