ରାଜସ୍ଥାନରେ କ୍ଷମତା ଯୁଦ୍ଧ: ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି ପାଇଁ ରାଜି ହେଲେନି

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଧାୟକଙ୍କୁ ଅଯୋଗ୍ୟ ନିଷ୍ପତ୍ତି ବାବଦରେ ରାଜସ୍ଥାନ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସିପି ଜୋଶୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ଶୁଣାଣି କରିବାକୁ ବାଚସ୍ପତି ଦାବି କରିଥିଲେ, ହେଲେ ସୁପ୍ରିମକୋର୍ଟ ଏଭଳି ଶୁଣାଣି କରିବାକୁ ରାଜି ହୋଇ ନାହାନ୍ତି।

ବାଚସ୍ପତି ସିପି ଜୋଶୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ହାଇକୋର୍ଟ ଉଲ୍ଲଂଘନ କରିଛନ୍ତି। ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବାର କ୍ଷମତା ରହିଛି ବୋଲି ପ୍ରେସ କନଫରେନସ କରି କହିଛନ୍ତି ବାଚସ୍ପତି। ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପାଇଁ ଆଇନଜୀବୀ ସୁନୀଲ ଫର୍ଣ୍ଣାଡିଜ ମାମଲା ଦାୟର କରିଛନ୍ତି। ସେହିପରି ସିପି ଜୋଶୀଙ୍କ ଓକିଲ ଭାବରେ କପିଲ ଶିବଲ ପକ୍ଷ ରଖିଛନ୍ତି। କପିଲ ଶିବଲ ଆଜି ଏହି ମାମଲାର ଶୁଣାଣି କରିବାକୁ ନିବେଦନ କରିଥିଲେ। ହେଲେ କୋର୍ଟ ଆଜି ଶୁଣାଣି କରିବେ ନାହିଁ ବୋଲି କହିଛନ୍ତି।

ସିପି ଜୋଶୀ କହିଛନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ବାଚସ୍ପତିଙ୍କ ପାଖରେ ରହିଛି। ତେଣୁ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି ବୋଲି ସିପି ଜୋଶୀ କହିଛନ୍ତି। ହେଲେ ରାଜସ୍ଥାନ ହାଇକୋର୍ଟ ଜୁନ୍ 24 ଯାଏ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି। ଏହାପରେ ରାଜସ୍ଥାନ ସଚିବାଳୟ ଉଚ୍ଚନ୍ୟାୟଳୟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁନି: ଚାଷୀ ସଂଘ

ୱିନିଂ ଟ୍ରାକକୁ କମ୍ ବ୍ୟାକ୍ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ

ବିଶ୍ୱର ଶହେ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି

କୃଷି ବିଲ୍ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିବେ ଗୁଲାମ୍

ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

‘କୌଣସି ବନ୍ଧୁ ନ ଥାଇ ପଡ଼ୋଶୀ ହେବା ଭୟଙ୍କର’

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟି

ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍