କରୋନା ପାଇଁ ଉଡ଼ାଣ ବନ୍ଦ କଲା ସ୍ପାଇସ୍‌ ଜେଟ୍‌

ନୂଆଦିଲ୍ଲୀ: ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇସକୁ ଦୃଷ୍ଟିରେ ରଖି ଆଜି ସ୍ପାଇସ୍‌ ଜେଟ ତା’ର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଫେବୃଆରୀ ୧୬ରୁ ୨୯ ଯାଏ ବନ୍ଦ ରହିବ ବୋଲି ସ୍ପାଇସ ଜେଟ ପକ୍ଷରୁ ଘୋଷଣା କରାଯାଇଛି। ସ୍ପାଇସ ଜେଟ ପକ୍ଷରୁ କୁହାଯାଇଛି ଯେ “ସ୍ପାଇସ ଜେଟ ଅସ୍ଥାୟୀ ଭାବେ ପ୍ରତିଦିନ ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ବନ୍ଦ କରୁଛି। ଏହି […]

sp

Hemant Lenka
  • Published: Friday, 14 February 2020
  • , Updated: 14 February 2020, 05:30 PM IST

ନୂଆଦିଲ୍ଲୀ: ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇସକୁ ଦୃଷ୍ଟିରେ ରଖି ଆଜି ସ୍ପାଇସ୍‌ ଜେଟ ତା’ର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଫେବୃଆରୀ ୧୬ରୁ ୨୯ ଯାଏ ବନ୍ଦ ରହିବ ବୋଲି ସ୍ପାଇସ ଜେଟ ପକ୍ଷରୁ ଘୋଷଣା କରାଯାଇଛି।

ସ୍ପାଇସ ଜେଟ ପକ୍ଷରୁ କୁହାଯାଇଛି ଯେ “ସ୍ପାଇସ ଜେଟ ଅସ୍ଥାୟୀ ଭାବେ ପ୍ରତିଦିନ ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ବନ୍ଦ କରୁଛି। ଏହି ନିୟମ ଫେବୃଆରୀ ୧୬ରୁ ଫେବୃଆରୀ ୨୯ ଯାଏ ଲାଗୁ ହେବ।”

ଏହାପୂର୍ବରୁ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ଚାଇନା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବିମାନର ଉଡ଼ାଣ ବନ୍ଦ କରାଯାଇଥିଲା।

Related story