ଏନ୍‌ସିପି ପାଇଁ ମଧ୍ୟ ବିକଳ୍ପ ଖୋଲା ଅଛି: ବିଜେପି

ମୁମ୍ବାଇ: ବିଜେପି ଏବେ ମଧ୍ୟ ଆଶା ରଖିଛି ଶିବସେନା ସହ ମହାରାଷ୍ଟ୍ରର ମେଣ୍ଟ ସରକାର କରିବ। କିନ୍ତୁ ଏନ୍‌ସିପିକୁ ମଧ୍ୟ ଏଥି ନିମନ୍ତେ ପ୍ରସ୍ତାବ ଦିଆଯାଇପାରିବ ବୋଲି ବିଜେପିର ଜଣେ ମନ୍ତ୍ରୀ ପରିଚୟ ଗୋପନ ରଖି କହିଛନ୍ତି। ବିଜେପି ଫ୍ଲୋର ଟେଷ୍ଟ ଜିତିବା ଭଳି ସମର୍ଥନ ନେଇ ନିଶ୍ଚତ ନଥିଲେ ସରକାର ଗଠନ ଦାବି କରିବ ନାହିଁ ବୋଲି ଏହି ମନ୍ତ୍ରୀ ଜଣକ କହିଛନ୍ତି। ସେ କହିଛନ୍ତି, “ବିଜେପି ନେତୃବୃନ୍ଦ ସ୍ପଷ୍ଟ ଅଛନ୍ତି ମ୍ୟାଜିକ୍‌ ନମ୍ବର ନଥିବା […]

ncp-bjp

Subrat Kumar Nayak
  • Published: Friday, 08 November 2019
  • , Updated: 08 November 2019, 05:57 PM IST

ମୁମ୍ବାଇ: ବିଜେପି ଏବେ ମଧ୍ୟ ଆଶା ରଖିଛି ଶିବସେନା ସହ ମହାରାଷ୍ଟ୍ରର ମେଣ୍ଟ ସରକାର କରିବ। କିନ୍ତୁ ଏନ୍‌ସିପିକୁ ମଧ୍ୟ ଏଥି ନିମନ୍ତେ ପ୍ରସ୍ତାବ ଦିଆଯାଇପାରିବ ବୋଲି ବିଜେପିର ଜଣେ ମନ୍ତ୍ରୀ ପରିଚୟ ଗୋପନ ରଖି କହିଛନ୍ତି। ବିଜେପି ଫ୍ଲୋର ଟେଷ୍ଟ ଜିତିବା ଭଳି ସମର୍ଥନ ନେଇ ନିଶ୍ଚତ ନଥିଲେ ସରକାର ଗଠନ ଦାବି କରିବ ନାହିଁ ବୋଲି ଏହି ମନ୍ତ୍ରୀ ଜଣକ କହିଛନ୍ତି।

ସେ କହିଛନ୍ତି, “ବିଜେପି ନେତୃବୃନ୍ଦ ସ୍ପଷ୍ଟ ଅଛନ୍ତି ମ୍ୟାଜିକ୍‌ ନମ୍ବର ନଥିବା ଯାଏ ଆମେ ସରକାର ଗଠନର ପ୍ରୟାସ କରିବୁ ନାହିଁ। ଆମେ ଜାଣିଛୁ ଆମ ପାଖରେ ସଂଖ୍ୟା ନାହିଁ। ଆମେ ଏବେ ବି ଭାବୁଛୁ ଶିବସେନା ଆମକୁ ସାହାଯ୍ୟ କରିବାକୁ ଆସିବ। ଆମେ ଏନ୍‌ସିପିକୁ ମଧ୍ୟ ସହାୟତା ମାଗିବୁ, ଯାହାକି ୨୦୧୪ ମସିହାରେ ହୋଇଥିଲା। ଯଦି ଆମେ ଏଥିରେ ବିଫଳ ହେଲୁ ସରକାର ଗଠନ ପାଇଁ ଆଗ୍ରହୀ ହେବୁନାହିଁ। ହଇରାଣ କଲା ଭଳି ସ୍ଥିତି ଉପୁଜିବା ଭଳି ପ୍ରୟାସ କରିବୁ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, ଅକ୍ଟୋବର ୨୪ ପରଠାରୁ ସେନାକୁ ମନାଇବାକୁ ଲଗାତାର ପ୍ରୟାସ ହେଉଛି। କିନ୍ତୁ ମେଣ୍ଟ ପକ୍ଷରୁ କିଛି ମଧ୍ୟ ପ୍ରତିକ୍ରିୟା ଆସିନି। ଆମେ ଭାବୁଛୁ ଶିବସେନା ଅବାସ୍ତବ ଦାବି କରୁଛି। ଶିବସେନା ୫୬ ଆସନ ଜିତିଥିବାବେଳେ ବିଜେପି ୧୦୫ଟି ଜିତିଛି।

Related story