୨୨୩ ଯାତ୍ରୀ ଥିବା ବିମାନ ବରଫକୁ ଧକ୍କା ଦେଲା

ଶ୍ରୀନଗର: ଶ୍ରୀନଗର ବିମାନ ବନ୍ଦରରେ ଏକ ବିମାନର ଇଞ୍ଜିନ୍ ଜମି ହୋଇ ରହିଥିବା ବରଫକୁ ଧକ୍କା ଦେଇଛି। ଏହି ସମୟରେ ବିମାନରେ ୨୦୦ରୁ ଅଧିକ ଯାତ୍ରୀ ଥିଲେ। ମଧ୍ୟାହ୍ନ ୧୨ଟା ୩୦ରେ ଏହି ଅଘଟଣ ଘଟିଛି। ଇଣ୍ଡିଗୋର ବିମାନ ନମ୍ୱପ 6E-2559 ଶ୍ରୀନଗରରୁ ଦିଲ୍ଲୀ ଆସିବା ବେଳେ ଏଭଳି ପରିସ୍ଥିତିର ସାମ୍ନା କରିଛି। ବିମାନଟି ଟେକ୍ ଅଫ୍ କରିବା ବେଳେ ଡାହାଣ ଇଞ୍ଜିନଟି ଅତ୍ୟଧିକ ଥଣ୍ଡା ପାଇଁ ଜମି ରହିଥିବା ବରଫରେ ଲାଗି ହୋଇ ଯାଇଥିଲା। ବିମାନରେ […]

FLIGHT

Subhransu Sekhar
  • Published: Wednesday, 13 January 2021
  • , Updated: 13 January 2021, 08:36 PM IST

ଶ୍ରୀନଗର: ଶ୍ରୀନଗର ବିମାନ ବନ୍ଦରରେ ଏକ ବିମାନର ଇଞ୍ଜିନ୍ ଜମି ହୋଇ ରହିଥିବା ବରଫକୁ ଧକ୍କା ଦେଇଛି। ଏହି ସମୟରେ ବିମାନରେ ୨୦୦ରୁ ଅଧିକ ଯାତ୍ରୀ ଥିଲେ। ମଧ୍ୟାହ୍ନ ୧୨ଟା ୩୦ରେ ଏହି ଅଘଟଣ ଘଟିଛି। ଇଣ୍ଡିଗୋର ବିମାନ ନମ୍ୱପ 6E-2559 ଶ୍ରୀନଗରରୁ ଦିଲ୍ଲୀ ଆସିବା ବେଳେ ଏଭଳି ପରିସ୍ଥିତିର ସାମ୍ନା କରିଛି। ବିମାନଟି ଟେକ୍ ଅଫ୍ କରିବା ବେଳେ ଡାହାଣ ଇଞ୍ଜିନଟି ଅତ୍ୟଧିକ ଥଣ୍ଡା ପାଇଁ ଜମି ରହିଥିବା ବରଫରେ ଲାଗି ହୋଇ ଯାଇଥିଲା।

ବିମାନରେ କ୍ରିଉ ସଦସ୍ୟକୁ ମିଶାଇଲେ ମୋଟ୍ ୨୨୩ ଜଣ ଯାତ୍ରୀ ଥିଲେ। ବିମାନଟି ବରଫ ସହିତ ଲାଗି ହୋଇ ରହିଯିବା ପରେ ସଙ୍ଗେସଙ୍ଗେ ବିମାନରେ ଥିବା ସମସ୍ତ ଲୋକଙ୍କୁ ବାହାର କରାଯାଇଥିଲା। ପରେ ବିଳମ୍ୱରେ ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା।

Related story