ମହାପଞ୍ଚାୟତ ବେଳେ ଭୁଶୁଡ଼ିଲା ଷ୍ଟେଜ୍‌: ତଳେ ପଡ଼ିଗଲେ ଚାଷୀ ନେତା, ଦେଖନ୍ତୁ ଭିଡିଓ

ଜିନ୍ଦ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବା ଲକ୍ଷ୍ୟରେ ଆଜି ହରିଆଣାର ଜିନ୍ଦରେ ଚାଷୀଙ୍କ ମହାପଞ୍ଚାୟତ ବା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ଭାରତୀୟ କିଷାନ ୟୁନିୟନ(ଅରାଜନୀତିକ)ର ରାକେଶ ଟିକାୟତ ମଧ୍ୟ ଆସିଥିଲେ। ସେ ଅନ୍ୟ ଚାଷୀ ନେତାଙ୍କ ସହ ଷ୍ଟେଜ୍‌ ଉପରେ ଛିଢ଼ା ହୋଇଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଷ୍ଟେଜ ଉପରେ ଥିବା ରାକେଶ ଟିକାୟତଙ୍କ ସମେତ ଅନ୍ୟ ଚାଷୀନେତାମାନେ ମଧ୍ୟ ତଳେ ଗଳି ପଡ଼ିଛନ୍ତି। ଏହାର […]

y

Hemant Lenka
  • Published: Wednesday, 03 February 2021
  • , Updated: 03 February 2021, 04:25 PM IST

ଜିନ୍ଦ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବା ଲକ୍ଷ୍ୟରେ ଆଜି ହରିଆଣାର ଜିନ୍ଦରେ ଚାଷୀଙ୍କ ମହାପଞ୍ଚାୟତ ବା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ଭାରତୀୟ କିଷାନ ୟୁନିୟନ(ଅରାଜନୀତିକ)ର ରାକେଶ ଟିକାୟତ ମଧ୍ୟ ଆସିଥିଲେ।

ସେ ଅନ୍ୟ ଚାଷୀ ନେତାଙ୍କ ସହ ଷ୍ଟେଜ୍‌ ଉପରେ ଛିଢ଼ା ହୋଇଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଷ୍ଟେଜ ଉପରେ ଥିବା ରାକେଶ ଟିକାୟତଙ୍କ ସମେତ ଅନ୍ୟ ଚାଷୀନେତାମାନେ ମଧ୍ୟ ତଳେ ଗଳି ପଡ଼ିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।


ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଚାଷୀଙ୍କ ମହାପଞ୍ଚାୟତରେ ସମବେତ ହୋଇଥିବା ଲୋକଙ୍କୁ ସମ୍ବୋଧନ କରିବା ପାଇଁ ରାକେଶ ଟିକାୟତ ଷ୍ଟେଜ ଉପରକୁ ଯାଇଥିଲେ। ସେ ଷ୍ଟେଜ ଉପରେ ଥିବା ଅନ୍ୟ ଚାଷୀ ନେତାଙ୍କ ସହ କଥା ହୋଇ ଭାଷଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଅଘଟଣ ଘଟିଥିଲା।

ଷ୍ଟେଜଟି ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବାରୁ ଟିକାୟତଙ୍କ ସହ ଅନ୍ୟ ନେତାମାନେ ସିଧା ତଳେ ପଡ଼ି ଯାଇଥିଲା। ଏହାଦେଖି ମହାପଞ୍ଚାୟତରେ ଉପସ୍ଥିତ ରହିଥିବା ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ନିଜ ଆସନରୁ ଉଠି ପଡ଼ିଥିଲେ।

ଏହି ମହାପଞ୍ଚାୟତକୁ ହରିଆଣାର ଖାପ ପକ୍ଷରୁ ଆୟୋଜନ କରାଯାଇଥିଲା। ଚାଷୀଙ୍କ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାକେଶ ଟିକାୟଙ୍କ ସହ ବିଭିନ୍ନ ଚାଷୀ ୟୁନିୟନର ନେତା ଉଦବୋଧନ ଦେବାର ଥିଲା।

Related story