ସୌଭାଗ୍ୟ ଯୋଜନା ସଫଳ କରିଥିବା ରାଜ୍ୟକୁ ମିଳିବ ୧୦୦ କୋଟିର ପୁରସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୨୦୧୭ ସେପ୍ଟେମ୍ବରରୁ ଆରମ୍ଭ କରିଛନ୍ତି ‘ପ୍ରଧାନମନ୍ତ୍ରୀ ସହଜ୍‌ ବିଜ୍‌ଲି ହର୍‌ ଘର୍‌ ୟୋଜନା’ ବା ସୌଭାଗ୍ୟ ଯୋଜନା। ଯେଉଁ ରାଜ୍ୟଗୁଡ଼ିକ ଏଥିରେ ଉତ୍କର୍ଷ ହାସଲ କରିଛନ୍ତି ଉକ୍ତ ରାଜ୍ୟଗୁଡ଼ିକୁ ୧୦୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ. ସିଂହ ସୋମବାର ଏହି ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଯେଉଁ କର୍ମଚାରୀମାନେ ଏହାକୁ ସଫଳ କରିଛନ୍ତି ସେମାନଙ୍କୁ […]

har-new

Rakesh Mallick
  • Published: Monday, 15 October 2018
  • , Updated: 15 October 2018, 09:16 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୨୦୧୭ ସେପ୍ଟେମ୍ବରରୁ ଆରମ୍ଭ କରିଛନ୍ତି ‘ପ୍ରଧାନମନ୍ତ୍ରୀ ସହଜ୍‌ ବିଜ୍‌ଲି ହର୍‌ ଘର୍‌ ୟୋଜନା’ ବା ସୌଭାଗ୍ୟ ଯୋଜନା। ଯେଉଁ ରାଜ୍ୟଗୁଡ଼ିକ ଏଥିରେ ଉତ୍କର୍ଷ ହାସଲ କରିଛନ୍ତି ଉକ୍ତ ରାଜ୍ୟଗୁଡ଼ିକୁ ୧୦୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ. ସିଂହ ସୋମବାର ଏହି ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଯେଉଁ କର୍ମଚାରୀମାନେ ଏହାକୁ ସଫଳ କରିଛନ୍ତି ସେମାନଙ୍କୁ ମଧ୍ୟ ସାମୂହିକ ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଶକ୍ତି ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି।

Related story