ଇଜିପ୍ଟ, ତୁର୍କୀ ପିଆଜ କିଣିବାରୁ ଓହରିଲେ ରାଜ୍ୟ, ଅଡ଼ୁଆରେ କେନ୍ଦ୍ର

ନୂଆଦିଲ୍ଲୀ: ତୁର୍କୀ ଓ ଇଜିପ୍ଟରୁ ଆସିଥିବା ପିଆଜ କିଣିବାରୁ କିଛି ରାଜ୍ୟ ଓହରିଯିବା ପରେ କେନ୍ଦ୍ରର ଚିନ୍ତା ବଢ଼ିଯାଇଛି। ଆଜି କ୍ୟାବିନେଟ୍‌ ସଚିବ ରାଜ୍ୟମାନଙ୍କୁ ପିଆଜ କିଣିବା ପାଇଁ ଆହ୍ୱାନ କରିଛନ୍ତି। ଦେଶରେ ପିଆଜ ନିଅଣ୍ଟ ନିୟନ୍ତ୍ରଣ ବାହାରେ ଯିବାପରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟଙ୍କ ଆବଶ୍ୟକତା ପୂରଣ ପାଇଁ ତୁର୍କୀ ଓ ଇଜିପ୍ଟରୁ ପିଆଜ ମଗାଇଥିଲେ। ତେବେ ଏହି ପିଆଜ ଭାରତ ପହଞ୍ଚିଯିବା ପରେ ଏହାର ଭବିଷ୍ୟତ ନେଇ ଆଶଙ୍କା ବୃଦ୍ଧି ପାଇଛି। ଆଜି ଖାଉଟି […]

Onion

Subrat Kumar Nayak
  • Published: Thursday, 09 January 2020
  • , Updated: 09 January 2020, 05:52 PM IST

ନୂଆଦିଲ୍ଲୀ: ତୁର୍କୀ ଓ ଇଜିପ୍ଟରୁ ଆସିଥିବା ପିଆଜ କିଣିବାରୁ କିଛି ରାଜ୍ୟ ଓହରିଯିବା ପରେ କେନ୍ଦ୍ରର ଚିନ୍ତା ବଢ଼ିଯାଇଛି। ଆଜି କ୍ୟାବିନେଟ୍‌ ସଚିବ ରାଜ୍ୟମାନଙ୍କୁ ପିଆଜ କିଣିବା ପାଇଁ ଆହ୍ୱାନ କରିଛନ୍ତି। ଦେଶରେ ପିଆଜ ନିଅଣ୍ଟ ନିୟନ୍ତ୍ରଣ ବାହାରେ ଯିବାପରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟଙ୍କ ଆବଶ୍ୟକତା ପୂରଣ ପାଇଁ ତୁର୍କୀ ଓ ଇଜିପ୍ଟରୁ ପିଆଜ ମଗାଇଥିଲେ। ତେବେ ଏହି ପିଆଜ ଭାରତ ପହଞ୍ଚିଯିବା ପରେ ଏହାର ଭବିଷ୍ୟତ ନେଇ ଆଶଙ୍କା ବୃଦ୍ଧି ପାଇଛି।

ଆଜି ଖାଉଟି କଲ୍ୟାଣ ସଚିବ ଅବିନାଶ ଶ୍ରୀବାସ୍ତବ କହିଛନ୍ତି, “ଆମଦାନୀ ପୂର୍ବରୁ ପିଆଜ ପାଇଁ ଅନୁରୋଧ କରିଥିବା କିଛି ରାଜ୍ୟ ଏବେ ଏଥିରୁ ଓହରିଯାଇଛନ୍ତି। କ୍ୟାବିନେଟ୍‌ ସଚିବ ସେମାନଙ୍କୁ ନିଜ ନିଷ୍ପତ୍ତି ସମୀକ୍ଷା କରିବାକୁ କହିଛନ୍ତି।”

ସେ କହିଛନ୍ତି, କେନ୍ଦ୍ର ବିଭିନ୍ନ ରାଜ୍ୟଙ୍କଠାରୁ ୩୩ ହଜାର ଟନ୍‌ ପିଆଜର ଡିମାଣ୍ଡ ଥିବା ଜାଣିବାକୁ ପାଇଥିଲା। ଏହା ବର୍ତ୍ତମାନ ୧୪ ହଜାର ଟନ୍‌କୁ ହ୍ରାସ ପାଇଛି। ତେବେ ଓଡ଼ିଶା (୧୦୦ ଟନ୍‌), ମହାରାଷ୍ଟ୍ର (୩୪୮୦ ଟନ୍‌), ଆସାମ (୧୦,୦୦୦ ଟନ୍‌), ହରିଆଣା (୨୫୦୦ ଟନ୍‌) ଏବଂ କର୍ଣ୍ଣାଟକା (୨୫୦ ଟନ୍‌) ଭଳି କିଛି ରାଜ୍ୟ ଏଥିରୁ ଓହରିଯାଇଛନ୍ତି। ଶ୍ରୀବାସ୍ତବ କହିଛନ୍ତି, ପିଆଜ କିଲୋପ୍ରତି ୪୯ ଟଙ୍କାରୁ ୫୮ ଟଙ୍କା ଦରରେ ରାଜ୍ୟମାନଙ୍କ ପାଇଁ ଉପଲବ୍ଧ ହେବ। କିନ୍ତୁ ରାଜ୍ୟମାନେ ନିରୁତ୍ସାହିତ ହେବାପରେ ୫ ହଜାର ଟନ୍‌ ଆମଦାନୀ ବାତିଲ କରାଯାଇଛି। ମୋଟ ୪୨ ହଜାର ଟନ୍‌ ପରିମାଣର ପିଆଜ ପାଇଁ ଚୁକ୍ତି ହୋଇଥିଲା। ବର୍ତ୍ତମାନ ୧୨ ହଜାର ଟନ୍‌ ଭାରତ ପହଞ୍ଚିସାରିଛି ଏବଂ ମାସ ଶେଷକୁ ଆଉ ୨୫ ହଜାର ଟନ୍‌ ପହଞ୍ଚିଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାଶ ପାଶ୍ୱାନ୍‌ କହିଛନ୍ତି, “ଗତ କିଛ ଦିନ ହେଲା ପିଆଜ ଦର କମିଛି। ଆମ ଦେଶର ବିଭିନ୍ନ ସ୍ଥାନର ପିଆଜ ମଣ୍ଡିରେ ପହଞ୍ଚିବାକୁ ଆରମ୍ଭ କରିବା ପରେ ଏହି ଦର ଆହୁରି କମିବ। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଅମଳ, ଗତ ବର୍ଷର ମାର୍ଚ୍ଚ ଅପେକ୍ଷା ଅଧିକ ରହିବ। କୃଷି ବିଭାଗର ଆକଳନ ଅନୁଯାୟୀ ଏବର୍ଷ ମାର୍ଚ୍ଚ ମାସର ପିଆଜ ଉତ୍ପାଦନ ୨୯.୪୬ ଲକ୍ଷ ଟନ୍‌ରେ ପହଞ୍ଚିବ। ଗତବର୍ଷ ଏହା ୨୬.୨୬ ଲକ୍ଷ ଟନ୍‌ ରହିଥିଲା।”

୨୦୧୯ ନଭେମ୍ବରରେ ଉତ୍ପାଦନ (୧.୩୫ ମିଲିଅନ୍‌ ଟନ୍‌) ୨୦୧୮ ନଭେମ୍ବର (୧.୬) ଅପେକ୍ଷା କମ୍‌ ରହିଥିଲା। ଚଳିତ ବର୍ଷ ଜାନୁଆରୀରେ ୯,୨୫,୦୦୦ ଟନ୍‌ ପିଆଜ ଉତ୍ପାଦନ ଆକଳନ କରାଯାଇଛି।

Related story