ବିକ୍ଷୋଭକାରୀଙ୍କ ପଥର ମାଡ଼ରୁ ବଞ୍ଚିବାକୁ ଭୁଲ୍‌ କରିଦେଲେ CRPF ଡ୍ରାଇଭର୍‌: ଶ୍ରୀନଗରରେ ସ୍ଥିତି ଅସମ୍ଭାଳ

ଯେତେ ଚେଷ୍ଟା କଲେ ମଧ୍ୟ ସୁଧୁରୁନି ପରିସ୍ଥିତି। ଲାଗୁଥିଲା ରମଜାନ ମାସରେ ଅସ୍ତ୍ରବିରତି ପରେ ଶାନ୍ତି ଫେରିବ ବୋଲି, ହେଲେ ଯାହା ଆଶା କରାଯାଉଥିଲା ସେଭଳି କିଛି ଦେଖିବାକୁ ମିଳାଲାନି। ପୁଣିଥରେ ଶ୍ରୀନଗରରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଶ୍ରୀନଗରରେ ସିଆର୍‌ପିଏଫ୍ ଗାଡ଼ି ଚକ ତଳେ ଗଲା ବିକ୍ଷୋଭକାରୀର ଜୀବନ। ଏହା ପରେ ସିଆର୍‌ପିଏଫ୍ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା। ଏହି ଘଟଣାକୁ ନେଇ ସୃଷ୍ଟି ହେଲାଣି ତୀବ୍ର ବିବାଦ। ରାଜନାଥ ସିଂହଙ୍କ ଗସ୍ତ ପୂର୍ବରୁ […]

CRPF

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 05:27 PM IST

ଯେତେ ଚେଷ୍ଟା କଲେ ମଧ୍ୟ ସୁଧୁରୁନି ପରିସ୍ଥିତି। ଲାଗୁଥିଲା ରମଜାନ ମାସରେ ଅସ୍ତ୍ରବିରତି ପରେ ଶାନ୍ତି ଫେରିବ ବୋଲି, ହେଲେ ଯାହା ଆଶା କରାଯାଉଥିଲା ସେଭଳି କିଛି ଦେଖିବାକୁ ମିଳାଲାନି। ପୁଣିଥରେ ଶ୍ରୀନଗରରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।

ଶ୍ରୀନଗରରେ ସିଆର୍‌ପିଏଫ୍ ଗାଡ଼ି ଚକ ତଳେ ଗଲା ବିକ୍ଷୋଭକାରୀର ଜୀବନ। ଏହା ପରେ ସିଆର୍‌ପିଏଫ୍ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା। ଏହି ଘଟଣାକୁ ନେଇ ସୃଷ୍ଟି ହେଲାଣି ତୀବ୍ର ବିବାଦ। ରାଜନାଥ ସିଂହଙ୍କ ଗସ୍ତ ପୂର୍ବରୁ ଏହି ଘଟଣା ଶାନ୍ତି ସମ୍ଭାବନାକୁ ପାଣିରେ ପକାଇ ଦେଇଛି।

ବିକ୍ଷୋଭକାରୀଙ୍କ ଟେକା ପଥର ମାଡ଼ରୁ ନିଜ ଜୀବନ ବଞ୍ଚାଇବା ପାଇଁ ସିଆର୍‌ପିଏଫ୍ ଗାଡ଼ି ଡ୍ରାଇଭର୍‌ କିଛି ବୁଦ୍ଧି ବାଟ ନ ପାଇ ସେଠରୁ ଖସି ପଳାଇବାକୁ ଦ୍ରୁତ ବେଗରେ ଗାଡି ଚଲାଇଥିଲା। ଏହି ସମୟରେ ଗାଡ଼ି ସାମ୍ନାକୁ  ଆସି ଗୁରୁତର ଆହତ ହୋଇଥିଲେ ୩ ବିକ୍ଷୋଭକାରୀ। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହବା ପରେ ଶ୍ରୀନଗରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାପରେ ସିଆର୍‌ପିଏଫ୍ ବିରୋଧରେ ଦିଆଯାଇଛି ଏତଲା। ହତ୍ୟା ଉଦ୍ୟମ ଓ ବେପରୁଆ ଗାଡ଼ି ଚାଳନାର ଦଫା ଲଗାଇଛି ପୋଲିସ।

ବିକ୍ଷୋଭକାରୀଙ୍କ ଉପରେ ସିଆର୍‌ପିଏଫ୍ ଡ୍ରାଇଭର ଗାଡ଼ି ଚଢ଼ାଇବାକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି- ଗାଡ଼ି ଚଢ଼ାଇ ଲୋକଙ୍କୁ ମାରିବା ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ ?। ସେପଟେ ସିଆର୍‌ପିଏଫ୍ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଗଲେ, ସେମାନଙ୍କ ମନୋବଳ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି।

ତେବେ ପ୍ରଶ୍ନ ଉଠୁଛି, ଆନ୍ଦୋଳନସ୍ଥଳ ଦେଇ ଯିବା ପାଇଁ ସିଆର୍‌ପିଏଫ୍ ଗାଡ଼ିକୁ କାହିଁକି ପୋଲିସ ଅନୁମତି ଦେଇଥିଲା। ଯଦି ସିଆର୍‌ପିଏଫ୍ ଗାଡ଼ି ସେପଟେ ଯାଇ ନ ଥାନ୍ତା, ତେବେ ଏତେ ବଡ଼ ଘଟଣା ଘଟିନଥାନ୍ତା ବୋଲି କୁହାଯାଉଛି। ଗତ ବର୍ଷ କାଶ୍ମୀରର ଜଣେ ଯୁବକଙ୍କୁ ଜିପ୍ ଆଗରେ ବାନ୍ଧିଥିବାରୁ ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। କେନ୍ଦ୍ରର ତୀବ୍ର ବିରୋଧ ପରେ ଏଫ୍ଆଇଆର୍‌କୁ ପ୍ରତ୍ୟାହାର କରାଯାଇଥିଲା।

Related story