ପରୀକ୍ଷାରେ ଫେଲ୍‌ ହେବାରୁ ପ୍ରେମିକାକୁ କ୍ଷତିପୂରଣ ମାଗିଲେ ଛାତ୍ର

ନୂଆଦିଲ୍ଲୀ: ପୁଲିସ୍‌ ଏଭଳି ଜଣେ ହୋମିଓପାଥିକ ମେଡିସିନ୍‌ ଆଣ୍ଡ ସର୍ଜରୀ ଛାତ୍ରକୁ ଗିରଫ କରିଛି, ଯିଏ ପରୀକ୍ଷାରେ ଖରାପ ରେଜଲ୍ଟ ପାଇଁ ପ୍ରେମିକାଙ୍କୁ ଦାୟୀ କରି ପରୀକ୍ଷାର ଫି’ ଭରଣା କରିବାକୁ କହିଥିଲେ। ପୁଲିସ ତାଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି। ଔରଙ୍ଗାବାଦ୍‌ର ଏକ କଲେଜ୍‌ରେ ପଢ଼ୁଥିବା ଏହି ଛାତ୍ର ଗତ ବର୍ଷ ହିଁ ଏହି କୋର୍ସରେ ଆଡମିଶନ୍‌ ନେଇଛନ୍ତି। ତାଙ୍କ ପ୍ରେମିକା ତାଙ୍କ ସହପାଠୀ ବୋଲି ଜଣାପଡ଼ିଛି। ସେ ଭଲ ପାଠ ପଢ଼ୁଥିଲେ ମଧ୍ୟ ପ୍ରେମରେ ପଡ଼ିବା ପରେ ପାଠରେ ଧ୍ୟାନ ଦେଇ ପାରୁନଥିଲେ। ପ୍ରଥମ […]

love

Subrat Kumar Nayak
  • Published: Saturday, 11 May 2019
  • , Updated: 11 May 2019, 06:11 PM IST

ନୂଆଦିଲ୍ଲୀ: ପୁଲିସ୍‌ ଏଭଳି ଜଣେ ହୋମିଓପାଥିକ ମେଡିସିନ୍‌ ଆଣ୍ଡ ସର୍ଜରୀ ଛାତ୍ରକୁ ଗିରଫ କରିଛି, ଯିଏ ପରୀକ୍ଷାରେ ଖରାପ ରେଜଲ୍ଟ ପାଇଁ ପ୍ରେମିକାଙ୍କୁ ଦାୟୀ କରି ପରୀକ୍ଷାର ଫି' ଭରଣା କରିବାକୁ କହିଥିଲେ। ପୁଲିସ ତାଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି।

ଔରଙ୍ଗାବାଦ୍‌ର ଏକ କଲେଜ୍‌ରେ ପଢ଼ୁଥିବା ଏହି ଛାତ୍ର ଗତ ବର୍ଷ ହିଁ ଏହି କୋର୍ସରେ ଆଡମିଶନ୍‌ ନେଇଛନ୍ତି। ତାଙ୍କ ପ୍ରେମିକା ତାଙ୍କ ସହପାଠୀ ବୋଲି ଜଣାପଡ଼ିଛି। ସେ ଭଲ ପାଠ ପଢ଼ୁଥିଲେ ମଧ୍ୟ ପ୍ରେମରେ ପଡ଼ିବା ପରେ ପାଠରେ ଧ୍ୟାନ ଦେଇ ପାରୁନଥିଲେ। ପ୍ରଥମ ବର୍ଷର ପରୀକ୍ଷାରେ ସେ ଫେଲ୍‌ ହେବାରୁ ଦ୍ୱିତୀୟ ବର୍ଷର କୋର୍ସରେ ଆଡମିଶନ୍‌ ପାଇଁ ତାଙ୍କୁ ସୁଯୋଗ ମିଳିନଥିଲା।

କେବଳ ପ୍ରେମିକାଙ୍କ ଯୋଗୁ  ତାଙ୍କର ଏଭଳି ହାଲ ହୋଇଛି ବୋଲି ଦାବି କରି ସେ ତାଙ୍କୁ କ୍ଷତିପୂରଣ ମାଗିଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଳି ହୋଇଥିଲା ଓ ପ୍ରେମିକା ଜଣଙ୍କ ତାଙ୍କ ଠାରୁ ଦୂରେଇ ଯାଇଥିଲେ।

ଏହାପରେ ଅଭିଯୁକ୍ତ ତାଙ୍କୁ ବାରମ୍ବାର ମେସେଜ୍‌ କରିବା ସହ ଫୋନ୍‌ କଲ୍‌ କରିଆସୁଥିଲେ। କ୍ଷତିପୂରଣ ଟଙ୍କା ନ ଦେଲେ ସୋଶାଲ ମିଡିଆରେ ତାଙ୍କର କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଅପ୍‌ଲୋଡ୍‌ କରିଦେବେ ବୋଲି ସେ ମଧ୍ୟ ଧମକାଇଥିବା ଅଭିଯୋଗ ହୋଇଛି।

Related story