ମଶା ଦ୍ୱାରା ବ୍ୟାପିଥାଏ କି କରୋନା?

ନୂଆଦିଲ୍ଲୀ: କରୋନା ପାଇଁ ଭାରତ ସମେତ ସମଗ୍ର ବିଶ୍ୱର ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଛି। ହେଲେ କ’ଣ ମଶା ଦ୍ୱାରା କରୋନା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ କି? ଏଭଳି ପ୍ରଶ୍ନ ଧୀରେଧୀରେ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି। ଏଭଳି ପ୍ରଶ୍ନର ଉତ୍ତର ମଧ୍ୟ ଗବେଷକମାନେ ତର୍ଜମା କରି ପ୍ରକାଶ କରିଛନ୍ତି। ବୈଜ୍ଞାନିକଙ୍କ ମତରେ ମଶା ମାନଙ୍କ ଜରିଆରେ କରୋନା […]

ua

Hemant Lenka
  • Published: Tuesday, 21 July 2020
  • , Updated: 21 July 2020, 06:04 PM IST

ନୂଆଦିଲ୍ଲୀ: କରୋନା ପାଇଁ ଭାରତ ସମେତ ସମଗ୍ର ବିଶ୍ୱର ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଛି। ହେଲେ କ’ଣ ମଶା ଦ୍ୱାରା କରୋନା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ କି?

ଏଭଳି ପ୍ରଶ୍ନ ଧୀରେଧୀରେ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି। ଏଭଳି ପ୍ରଶ୍ନର ଉତ୍ତର ମଧ୍ୟ ଗବେଷକମାନେ ତର୍ଜମା କରି ପ୍ରକାଶ କରିଛନ୍ତି। ବୈଜ୍ଞାନିକଙ୍କ ମତରେ ମଶା ମାନଙ୍କ ଜରିଆରେ କରୋନା ଭାଇରସ ମଣିଷଙ୍କ ଶରୀରେ ପ୍ରବେଶ କରିପାରିବ ନାହିଁ। ଅର୍ଥାତ ମଶା କରୋନାର ବାହକ ନୁହେଁ।

ଗବେଷଣାରୁ ଜଣାପଡ଼ିଛି ଯେ ମଶା ଶରୀରରେ କରୋନା ସଂକ୍ରମିତ ହୋଇପାରେ ନାହିଁ। ତେଣୁ ଗୋଟିଏ ମଶା ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡ଼ି ଜଣେ ସୁସ୍ଥ ଲୋକଙ୍କ ପାଖକୁ ଆସେ ଓ ତାଙ୍କୁ ବି କାମୁଡ଼େ, ତଥାପି ବି ସୁସ୍ଥ ଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରିପାରିବ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମଧ୍ୟ ଏହି ଗବେଷଣାକୁ ସ୍ୱୀକୃତି ପ୍ରଦାନ କରିଛି। ହୁ’ କହିଛି ଯେ ମଶା ଦ୍ୱାରା କରୋନା ସଂକ୍ରମଣ ହୋଇପାରିବ କି ନାହିଁ, ତା’କୁ ନେଇ ଗବେଷଣା କରାଯାଇଥିଲା। ଗବେଷଣା ପରେ ଜଣାପଡ଼ିଛି ଯେ ମଶା କରୋନାର ବାହାକ ନୁହେଁ।

ତେବେ କୁକୁର ଓ ବିଲେଇଙ୍କ ଜରିଆରେ ଜଣେ ସୁସ୍ଥ ବ୍ୟକ୍ତି କରୋନାର ସଂକ୍ରମିତ ହୋଇପାରିବେ କି ନାହିଁ, ସେ ବିଷୟରେ କୌଣସି ସ୍ପଷ୍ଟ ରେଜଲ୍ଟ ବାହାରି ନାହିଁ। ଏହା ଉପରେ ଗବେଷଣା ଜାରି ରହିଥିବା ହୁ’ ପକ୍ଷରୁ କୁହାଯାଇଛି।

Related story