ଲାହୋର: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ‌ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରୋଭିଡେନ୍ସର ମୁଖ୍ୟମନ୍ତ୍ରୀ ସାହବାଜ୍‌ ସରିଫଙ୍କ  ବାସଭବନ ନିକଟରେ ଆତ୍ମଘାତୀ ବିସ୍ଫୋରଣ। ଲାହୋରରେ ସରିଫଙ୍କ ବାସଭବନ ତଥା କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ  ଘଟିଛି। ଏଥିରେ  ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାଷଭବନ ନିକଟରୁ ଜବରଦଖଲ ଉଚ୍ଛେଦ ଚାଲୁଥିବା ବେଳେ ଅଚାନକ ବିଷ୍ଫୋରଣ ହୋଇଥିଲା। ସୋମବାର ଏହି ଘଟଣା ଘଟିଥିଲା ବେଳେ ଲାହୋର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସକୁ ଟାର୍ଗେଟ କରି […]

lahore

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 06:59 PM IST

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରୋଭିଡେନ୍ସର ମୁଖ୍ୟମନ୍ତ୍ରୀ ସାହବାଜ୍‌ ସରିଫଙ୍କ  ବାସଭବନ ନିକଟରେ ଆତ୍ମଘାତୀ ବିସ୍ଫୋରଣ। ଲାହୋରରେ ସରିଫଙ୍କ ବାସଭବନ ତଥା କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ  ଘଟିଛି। ଏଥିରେ  ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାଷଭବନ ନିକଟରୁ ଜବରଦଖଲ ଉଚ୍ଛେଦ ଚାଲୁଥିବା ବେଳେ ଅଚାନକ ବିଷ୍ଫୋରଣ ହୋଇଥିଲା।

ସୋମବାର ଏହି ଘଟଣା ଘଟିଥିଲା ବେଳେ ଲାହୋର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଲାହୋର ପୋଲିସ କହିଛି। ମୁଖ୍ୟମନ୍ତ୍ରୀ ସାହବାଜ୍‌ ହେଉଚନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ଭାଇ । ଏହି ଦୁର୍ଘଟଣା ସମୟରେ ଅଫିସରେ ସାହବାଜ୍‌ ନିଜ କାର୍ଯ୍ୟାଳୟରେ ଥିଲେ। ତେବେ ଏହି ଘଟଣାରେ ନିଜକୁ କେହି ଦାବି କରି ନାହାନ୍ତି।

Related story