ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କୁ ପୁଣି ଜେରା କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ତଥା କଂଗ୍ରେସର ବରିଷ୍ଠ ନେତା ଓ ସାଂସଦ ଶଶି ଥରୁରଙ୍କୁ ପୁଣି ଥରେ ପଚରାଉଚରା କରାଯାଇଛି ବୋଲି ରବିବାର ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ୍ କମିଶନର୍ ବି.ଏସ୍ ବାସୀ। ସେ କହିଛନ୍ତି, ଆବଶ୍ୟକ ହେଲେ ଥରୁରଙ୍କୁ ପଚରାଉଚରା କରିବା ପାଇଁ ତଦନ୍ତକାରୀ ଟିମ୍ ପୁଣି ସମନ୍ ଜାରି କରିବ। ସେ କହିଛନ୍ତି ଯେ ଗତକାଲି ଦିଲ୍ଲୀର ବସ୍ତ ବିହାର ଥାନାରେ ଥରୁରଙ୍କୁ ପ୍ରାୟ ୫ ଘଣ୍ଟା ଧରି […]

sunanda

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 12:53 PM IST

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ତଥା କଂଗ୍ରେସର ବରିଷ୍ଠ ନେତା ଓ ସାଂସଦ ଶଶି ଥରୁରଙ୍କୁ ପୁଣି ଥରେ ପଚରାଉଚରା କରାଯାଇଛି ବୋଲି ରବିବାର ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ୍ କମିଶନର୍ ବି.ଏସ୍ ବାସୀ। ସେ କହିଛନ୍ତି, ଆବଶ୍ୟକ ହେଲେ ଥରୁରଙ୍କୁ ପଚରାଉଚରା କରିବା ପାଇଁ ତଦନ୍ତକାରୀ ଟିମ୍ ପୁଣି ସମନ୍ ଜାରି କରିବ।

ସେ କହିଛନ୍ତି ଯେ ଗତକାଲି ଦିଲ୍ଲୀର ବସ୍ତ ବିହାର ଥାନାରେ ଥରୁରଙ୍କୁ ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା ଏହି ଘଟଣାର ତଦନ୍ତ କରୁଥିବା ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍।

ବାସୀ କହିଛନ୍ତି, ‘ମୁଁ ନିଶ୍ଚିତ ଯେ ଏହି ଘଟଣାର ତଦନ୍ତ ଠିକ୍ ବାଟରେ ଯାଉଛି। ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ ଭଲ କାମ

କରୁଛି।’

୨୦୧୪ ଜାନୁଆରୀ ୧୭ ତାରିଖରେ ସୁନନ୍ଦାଙ୍କ ମୃତଦେହକୁ ଦକ୍ଷିଣ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ବର୍ଷେ ପରେ ସୁନନ୍ଦାଙ୍କ ମୃତ୍ୟୁକୁ ଅପ୍ରାକୃତିକ ଦର୍ଶାଇ ଏକ ହତ୍ୟା ମାମଲା ରୁଜୁ କରିଥିଲା।

Related story