ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସନ୍ନି ଦେଓଲ

ଗୁରଦାସପୁର: ବିଜେପିର ଗୁରୁଦାସପୁର ଲୋକସଭା ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସନ୍ନି ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ଯାଉଥିବା ବେଳେ ହଠାତ୍‌ ସେ ବସିଥିବା ଗାଡ଼ିର ଛକା ଫାଟି ଯାଇଥିଲା। ତେବେ ସୌଭାଗ୍ୟବଶତଃ ସେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସନ୍ନିଙ୍କ ଗାଡ଼ିର ଚକା ଫାଟିବା ପରେ ତାଙ୍କ ସହ ଥିବା ଗାଡ଼ି ଗୁଡ଼ିକ ମଧ୍ୟ ପରସ୍ପରକୁ ଧକ୍କା ଦେଇଥିଲେ। ଆଜି ସନ୍ନି ତାଙ୍କ […]

aa

Hemant Lenka
  • Published: Monday, 13 May 2019
  • , Updated: 13 May 2019, 04:59 PM IST

ଗୁରଦାସପୁର: ବିଜେପିର ଗୁରୁଦାସପୁର ଲୋକସଭା ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସନ୍ନି ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ଯାଉଥିବା ବେଳେ ହଠାତ୍‌ ସେ ବସିଥିବା ଗାଡ଼ିର ଛକା ଫାଟି ଯାଇଥିଲା। ତେବେ ସୌଭାଗ୍ୟବଶତଃ ସେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସନ୍ନିଙ୍କ ଗାଡ଼ିର ଚକା ଫାଟିବା ପରେ ତାଙ୍କ ସହ ଥିବା ଗାଡ଼ି ଗୁଡ଼ିକ ମଧ୍ୟ ପରସ୍ପରକୁ ଧକ୍କା ଦେଇଥିଲେ।
ଆଜି ସନ୍ନି ତାଙ୍କ ସମର୍ଥକଙ୍କ ସହ ଫତେଗଡ଼ ଚୁରିଆନ୍‌କୁ ଯାଉଥିଲେ। ସେଠାରେ ସେ ଏକ ନିର୍ବାଚନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ସନ୍ନିଙ୍କ ସହ ଆଉ ୪ଟି ଗାଡ଼ିରେ ତାଙ୍କ ସମର୍ଥକମାନେ ରହିଥିଲେ। ଦୁର୍ଘଟଣା ପରେ ବି ସନ୍ନି ନିଜର କାର୍ଯ୍ୟକ୍ରମ ବାତିଲ କରି ନଥିଲେ।

୬୨ ବର୍ଷୀୟ ସନ୍ନି ଦେଓଲଙ୍କ ବିରୋଧରେ କଂଗ୍ରେସ ସୁନୀଲ ଝାଖରଙ୍କୁ ପ୍ରାର୍ଥୀ କରିଛି।

Related story