ସୁପ୍ରିମକୋର୍ଟ ସଙ୍କଟ ଟାଳିବାକୁ ଗଠନ ହେଲା ୭ ଜଣିଆ ପ୍ୟାନେଲ

ନୂଆଦିଲ୍ଲୀ: ନ୍ୟାୟପାଳିକା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ଉପରେ ଏଥିରେ ବିଚାର ବିମର୍ଶ ହୋଇଛି। ଆସନ୍ତାକାଲି ଆସୋସିଏସନ ସଦସ୍ୟମାନେ ଅଭିଯୋଗ କରିଥିବା ୪ ବିରାପତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବେ। ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯିବାର ସମ୍ଭାବନା ରହିଛି।  ସୁପ୍ରିମକୋର୍ଟ ବିଚାରପତିମାନଙ୍କ ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀକୁ ନାପସନ୍ଦ କରିଛି ବାର୍ ଆସୋସିଏସନ। ସେପଟେ ଆସନ୍ତାକାଲି […]

j-111

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 08:05 PM IST

ନୂଆଦିଲ୍ଲୀ: ନ୍ୟାୟପାଳିକା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ଉପରେ ଏଥିରେ ବିଚାର ବିମର୍ଶ ହୋଇଛି। ଆସନ୍ତାକାଲି ଆସୋସିଏସନ ସଦସ୍ୟମାନେ ଅଭିଯୋଗ କରିଥିବା ୪ ବିରାପତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବେ। ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯିବାର ସମ୍ଭାବନା ରହିଛି।  ସୁପ୍ରିମକୋର୍ଟ ବିଚାରପତିମାନଙ୍କ ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀକୁ ନାପସନ୍ଦ କରିଛି ବାର୍ ଆସୋସିଏସନ। ସେପଟେ ଆସନ୍ତାକାଲି ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ୪ ବିଚାରପତିଙ୍କୁ ଭେଟିବେ।  

 ଏମାନଙ୍କ ମଧ୍ୟରୁ ୩ ଜଣ ବିଚାରପତି ଦିଲ୍ଲୀ ବାହାରେ ଅଛନ୍ତି । ତେଣୁ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏମାନେ ଦିଲ୍ଲୀ ଫେରିବା ସମ୍ଭାବନା ରହିଛି । ତେଣୁ ରବିବାର ସଂଧ୍ୟାରେ ହିଁ ଏମାନଙ୍କୁ ଭେଟିବେ ଜଷ୍ଟିସ ଦୀପକ ମିଶ୍ର।  ସେପଟେ ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ରଞ୍ଜନ ଗୋଗୋଈ।  ଭାରତୀୟ ନ୍ୟାୟପାଳିକା ପ୍ରତି କୌଣସି ସଙ୍କଟ ନାହିଁ ବୋଲି ଦୋହରେଇଛନ୍ତି ସେ ।

Related story