ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ୍ ରୟଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସର୍ତ୍ତ ଅନୁଯାୟୀ ଟଙ୍କା ଜମା କରି ନ ଥିବାରୁ ସାହାରାର ମେଗା ପ୍ରୋଜେକ୍ଟ ‘ଆମ୍ବି ଭେଲି’କୁ ନିଲାମ ପାଇଁ ସୁପ୍ରିମକୋର୍ଟ ନିରର୍ଦ୍ଦେଶ ଦେଇଛନ୍ତି।
୨୦୧୨ରେ ଜମାକାରୀଙ୍କ ୨୫ ହଜାର ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ସାହାରା ମୁଖ୍ୟ ସୁବ୍ରତ୍ ରୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ସେବି ମାଧ୍ୟମରେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସୁବ୍ରତ ରୟ ଗିରଫ ହୋଇଥିଲେ ମଧ୍ୟ ପରେ ପାରୋଲରେ ମୁକୁଳିଛନ୍ତି।
ମା’ଙ୍କ ସୁଧିକ୍ରୀୟାରେ ଯୋଗ ଦେବାକୁ ଆବେଦନ କରି ଜେଲରୁ ମୁକୁଲିଥିଲେ ସୁବ୍ରତ ରୟ। ୨୦୧୪ରେ ସାହାରା ୧୧ ହଜାର କୋଟି ଟଙ୍କା ଜମା କରିଥିଲା। ହେଲେ ବାକି ଟଙ୍କା ସର୍ତ୍ତ ଅନୁଯାୟୀ ଜମା ନ କରିବାରୁ ପୁନେଠାରେ ଥିବା ସାହାରାର ‘ଆମ୍ବି ଭେଲି’କୁ ନିଲାମ କରାଯିବ ବୋଲି କୋର୍ଟ କହିଥିଲେ। ଏହି ସମ୍ପତ୍ତିର ମୂଲ୍ୟ ପାଖାପାଖି ୩୪ ହଜାର କୋଟି ଟଙ୍କା ହେବ। ସେହି ଅନୁଯାୟୀ କୋର୍ଟ ଆଜି ଉପରୋକ୍ତ ରାୟ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।