ମଙ୍ଗଳବାର ପର୍ଯ୍ୟନ୍ତ କର୍ଣ୍ଣାଟକା ସରକାରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଚାଲିଥିବା କ୍ଷମତା ଯୁଦ୍ଧ ନାଟକ ଏବେ ସୁପ୍ରିମକୋର୍ଟରେ ଅଟକି ଯାଇଛି। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ଗତକାଲି ରାତି ୧୨ଟା ଯାଏ ସମୟ ଦେଇଥିବା ବେଳେ ଆଜି ମଙ୍ଗଳବାର ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଛନ୍ତି। ଅର୍ଥାତ ଆସନ୍ତା ମଙ୍ଗଳବାର ଯାଏ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ହେବନାହିଁ କିମ୍ବା ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ମଧ୍ୟ ଘୋଷଣା କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି କର୍ଣ୍ଣାଟକାର କଂଗ୍ରେସ […]

supreme

supreme

Subhransu Sekhar
  • Published: Friday, 12 July 2019
  • Updated: 12 July 2019, 06:05 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଚାଲିଥିବା କ୍ଷମତା ଯୁଦ୍ଧ ନାଟକ ଏବେ ସୁପ୍ରିମକୋର୍ଟରେ ଅଟକି ଯାଇଛି। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ଗତକାଲି ରାତି ୧୨ଟା ଯାଏ ସମୟ ଦେଇଥିବା ବେଳେ ଆଜି ମଙ୍ଗଳବାର ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଛନ୍ତି।

ଅର୍ଥାତ ଆସନ୍ତା ମଙ୍ଗଳବାର ଯାଏ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ହେବନାହିଁ କିମ୍ବା ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ମଧ୍ୟ ଘୋଷଣା କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି କର୍ଣ୍ଣାଟକାର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ସାମାନ୍ୟ ଆଶ୍ୱସ୍ତ କରିଛି। ଏହି ସମୟସୀମା ମଧ୍ୟରେ ସେମାନେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ସମୟ ପାଇପାରିବେ।

ତେବେ ଆଜିର ଶୁଣାଣି ବେଳେ ବାଚସ୍ପତି ରମେଶ କୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂଘଭୀ ଓ ବିଧାୟକଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ମୁକୁଲ ରୋହତଗୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ସେହିପରି ସୁପ୍ରିମକୋର୍ଟ ମଧ୍ୟ ବାଚସ୍ପତିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ ବାଚସ୍ପତି ସୁପ୍ରିମକୋର୍ଟଙ୍କ କ୍ଷମତା ଜାଣିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ତେବେ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି କହିଥିଲେ। ଏହାପରେ କୋର୍ଟ ଜୁଲାଇ ୧୬ ତାରିଖ ଯାଏ ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ବାଚସ୍ପତି ନେଇ ପାରିବେ ନାହିଁ ଓ ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ରୁଲିଂ ଦେଇଛନ୍ତି। ସେଯାଏ ସ୍ଥିତାବସ୍ଥା ବଜାୟ ରହିବ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ମଧ୍ୟ ରହିଛନ୍ତି।

ଇସ୍ତଫା ଦେଇଥିବା ବିଧାୟକଙ୍କ ତରଫରୁ ଆଇନଜୀବୀ ମୁକୁଲ ରୋହତଗୀ ପ୍ରଧାନ ବିଚାରପତିଙ୍କ ଆଗରେ ଯୁକ୍ତି ଦର୍ଶାଇ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ କହିଥିଲେ, ବାଚସ୍ପତି ବାରମ୍ୱାର କହୁଛନ୍ତି ସେ ଇସ୍ତଫା ପତ୍ର ଭଲ ଭାବେ ପଢ଼ିନାହାନ୍ତି। ହେଲେ ଇସ୍ତଫା ପତ୍ରର ଗୋଟିଏ ଲାଇନ୍ ପଢ଼ିବାକୁ କେତେ ସମୟ ଲାଗୁଛି ବୋଲି ରୋହତଗୀ ପ୍ରଶ୍ନ କରିଥିଲେ। ବାଚସ୍ପତି ପଦବୀରେ ଥାଇ ରାଜନୀତିକ କାରଣରୁ ସେ ଇସ୍ତଫାପତ୍ର ଗ୍ରହଣ କରୁନଥିବା ରୋହତଗୀ କହିଛନ୍ତି। ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଧାୟକମାନେ ବାଚସ୍ପତି ରେମଶ କୁମାରଙ୍କୁ ସାକ୍ଷାତକରି ନିଜର ଇସ୍ତଫାପତ୍ର ଦେଇଥିଲେ। ହେଲେ ବାଚସ୍ପତି ଏହି ସମୟରେ ସେମାନଙ୍କୁ “ଗୋ ଟୁ ହେଲ୍‌’ ବା ନର୍କକୁ ଯାଅ ବୋଲି କହିଥିବା ରୋହତଗୀ କୋର୍ଟଙ୍କୁ ଜଣାଇଥିଲେ।

ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ ଗତକାଲି ବାଚସ୍ପତି ଓ ବିଧାୟକଙ୍କ ଭେଟଘାଟ ବେଳର ଭିଡିଓ ଫୁଟେଜ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ। ଏଥିସହ ଏହି ଭିଡିଓରେ ଇସ୍ତଫା ଦେଇଥିବା ବିଧାୟକ ସ୍ୱୀକାର କରିଛନ୍ତି ଯେ ସେମାନେ ଇସ୍ତଫାପତ୍ର ଦାଖଲ କଲାବେଳେ ଅଫିସରେ ବାଚସ୍ପତି ନଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଓକିଲ ଡ. ରାଜୀବ ଧୱନ କୋର୍ଟରେ ପକ୍ଷ ରଖି କହିଥିଲେ ସମ୍ୱିଧାନର ନିୟମ ଅନୁଯାୟୀ ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାର ରହିଛି। ତେଣୁ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ନିଷ୍ପତ୍ତି ନିଅନ୍ତୁ। ଲୋକମାନେ ବିଧାୟକଙ୍କୁ ଜନାଦେଶ ଦେଇଥିଲେ, କିନ୍ତୁ ବିଧାୟକମାନେ ଜନାଦେଶକୁ ଅପମାନ କରୁଛନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story