ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନର ସମାଧାନ ପାଇଁ କମିଟି ଗଠନ ହେବ। ସୁପ୍ରିମକୋର୍ଟ ଏ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଏବଂ ଆନ୍ଦୋଳନକାରୀଙ୍କୁ ନେଇ ଏହି କମିଟି ଗଠନ ହେବ। ସମସ୍ତ ପକ୍ଷଙ୍କୁ ନେଇ କମିଟି ଗଠନ ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ।
କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ୨୧ ଦିନ ହେବ ଆନ୍ଦୋଳନରେ ବସିଛନ୍ତି। ଦିଲ୍ଲୀ ସୀମାରେ ଚାଷୀ ଏହି ତିନି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।
ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ଶୀଘ୍ର ହେବା ଦରକାର। ନଚେତ ସମଗ୍ର ଦେଶରେ ଏହା ଜାତୀୟ ପ୍ରସଙ୍ଗରେ ପରିଣତ ହେବ। ଏଥିସହ ସିଲିସିଟର ଜେନେରାଲ ଏବଂ ଆବେଦନକାରୀଙ୍କୁ କୃଷକ ସଂଗଠନର ନାମ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡେ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟମକୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।