ଆରଟିଆଇ ପରିସରକୁ ଆସିବେ ସବୁ ରାଜନୀତିକ ଦଳ! କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦେଶର ସମସ୍ତ ପଞ୍ଜିକୃତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ୍‌(ଆରଟିଆଇ) ଅଧୀନକୁ ଆଣିବା ପାଇଁ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହାର ଉପରେ ମତ ରଖିବାକୁ ନିର୍ବାଚନ କମିଶନ ଓ ଭାରତ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ବିଜେପି ନେତା ତଥା ଆଇନ୍‌ଜୀବୀ ଅଶ୍ଵିନୀ ଉପାଧ୍ୟାୟ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ, ଜଷ୍ଟିସ୍‌ […]

eas

Hemant Lenka
  • Published: Monday, 15 April 2019
  • , Updated: 15 April 2019, 09:30 PM IST

ନୂଆଦିଲ୍ଲୀ: ଦେଶର ସମସ୍ତ ପଞ୍ଜିକୃତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ୍‌(ଆରଟିଆଇ) ଅଧୀନକୁ ଆଣିବା ପାଇଁ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହାର ଉପରେ ମତ ରଖିବାକୁ ନିର୍ବାଚନ କମିଶନ ଓ ଭାରତ ସରକାରଙ୍କୁ ନୋଟିସ୍‌ କରିଛନ୍ତି।

ବିଜେପି ନେତା ତଥା ଆଇନ୍‌ଜୀବୀ ଅଶ୍ଵିନୀ ଉପାଧ୍ୟାୟ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା।

ଶ୍ରୀ ଉପାଧ୍ୟାୟ ଏପ୍ରିଲ ୭ରେ ସୁପ୍ରିମକୋର୍ଟରେ କରିଥିବା ଆବେଦନରେ କହିଥିଲେ, “ସର୍ବୋଚ୍ଚ ଅଦାଲତ ଦେଶରେ ପଞ୍ଜିକୃତ ସମସ୍ତ ରାଜନୀତିକ ଦଳଗୁଡ଼ିକ “ପବ୍ଲିକ ଅଥରିଟି’ ଭାବେ ନିଜଆଡୁ ଘୋଷଣା କରନ୍ତୁ। ଏଥିସହ “ପବ୍ଲିକ ଅଥରିଟି’ମାନେ ଯେଉଁଭଳି ଆରଟିଆଇ ପରିସରଭୁକ୍ତ ହୋଇଛନ୍ତି, ରାଜନୀତିକ ଦଳଗୁଡ଼ିକୁ ମଧ୍ୟ ସେହିଭଳି ଆରଟିଆଇର ପରିସରଭୁକ୍ତ କରାଯାଉ।

ରିପ୍ରେଜେଣ୍ଟେସନ ଅଫ୍‌ ପିପୁଲ୍ସ ଆକ୍ଟର ସେକସନ୍‌ ୨୯(ସି) ଅନୁଯାୟୀ ରାଜନୀତିକ ଦଳଗୁଡ଼ିକ କେଉଁଠୁ ଚାନ୍ଦା ପାଉଛନ୍ତି, ତା’ର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଦରକାର। ଏହାଦ୍ୱାରା ରାଜନେତାଙ୍କ ଭାବମୂର୍ତ୍ତି ପଛର ବାସ୍ତବତା ସମ୍ପର୍କରେ ଲୋକମାନେ ଜାଣିପାରିବେ। ଏବେ ସୁପ୍ରିମକୋର୍ଟ ଆରଟିଆଇ ଆଇନ୍‌ ୨୦୦୫ର ସେକସନ୍‌ ୨(ଏଚ୍‌) ଅନୁଯାୟୀ ରାଜନୀତିକ ଦଳଗୁଡ଼ିକୁ ପବ୍ଲିକ ଅଥରିଟି ବୋଲି ଘୋଷଣା କରାଯାଉ।”

Related story