ସୁପ୍ରିମକୋର୍ଟ ବିଚାରପତିଙ୍କ କୁକ୍‌ଙ୍କୁ କରୋନା, କ୍ୱାରେଣ୍ଟାଇନରେ ପରିବାର ଲୋକ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ଜଣେ ବରିଷ୍ଠ ବିଚାରପତିଙ୍କ ରୋଷେଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଚାରପତି ଓ ତାଙ୍କ ପରିବାର ଲୋକ ସେଲଫ-କ୍ୱାରେଣ୍ଟାଇନରେ ରହିଛନ୍ତି। ନିକଟରେ ରୋଷେଆ ଜଣଙ୍କ ଛୁଟିରେ ଯାଇଥିଲେ। ଛୁଟିରୁ ଫେରି ସେ ବିଚାରପତିଙ୍କ ଘରେ କାମ ଆରମ୍ଭ କରିଥିଲେ। ତେବେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଶେଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ବିଚାରପତି ଓ ତାଙ୍କ ପରିବାର ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଛି। ଏହି କାରଣରୁ ସମସ୍ତେ ନିଜ […]

fd

Hemant Lenka
  • Published: Friday, 15 May 2020
  • , Updated: 15 May 2020, 08:48 AM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ଜଣେ ବରିଷ୍ଠ ବିଚାରପତିଙ୍କ ରୋଷେଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଚାରପତି ଓ ତାଙ୍କ ପରିବାର ଲୋକ ସେଲଫ-କ୍ୱାରେଣ୍ଟାଇନରେ ରହିଛନ୍ତି। ନିକଟରେ ରୋଷେଆ ଜଣଙ୍କ ଛୁଟିରେ ଯାଇଥିଲେ। ଛୁଟିରୁ ଫେରି ସେ ବିଚାରପତିଙ୍କ ଘରେ କାମ ଆରମ୍ଭ କରିଥିଲେ।

ତେବେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଶେଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ବିଚାରପତି ଓ ତାଙ୍କ ପରିବାର ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଛି। ଏହି କାରଣରୁ ସମସ୍ତେ ନିଜ ତରଫରୁ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରୋଷେଆ ଜଣଙ୍କ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ସେହିପରି ବିଚାରପତିଙ୍କ ଘରକୁ ମଧ୍ୟ ସାନିଟାଇଜ କରାଯାଇଥିବା ଜଣାପଡ଼ିଛି।

Related story