ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ ପୁଣି ଥରେ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟ ସୁରତର ଦୁଷ୍କର୍ମ ମାମଲାରେ ଆଶାରାମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଗୁଜରାଟ ସରକାର ନିଜ ପକ୍ଷ ରଖି ସୁପ୍ରିମକୋର୍ଟରେ କହିଥିଲେ ଆଶାରାମଙ୍କ ବିରୋଧରେ ଥିବା ଏହି ଦୁଷ୍କର୍ମ ମାମଲାରେ ଆହୁରି ୧୦ ଜଣଙ୍କ ବୟାନ ରେକର୍ଡ ହୋଇନାହିଁ। ଏହାପରେ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏବେ ଜେଲରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ। ୨୬ ମାର୍ଚ୍ଚ ୨୦୧୯ରେ ଆଜୀବନ ସଜା ରାୟ ବିରୋଧରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ଆଶାରାମ୍ ଆବେଦନ କରିଥିଲେ। ହେଲେ ଏହାର ଶୁଣାଣି ପାଇଁ ହାଇକୋର୍ଟ ମନା କରି ଦେଇଥିଲେ।
ସୂଚନାଯୋଗ୍ୟ, ଆଶାରାମଙ୍କ ନାଁରେ ହତ୍ୟା ଓ ଯୌନ ନିର୍ଯାତନା ଭଳି ମାମଲା ରହିଥିବାରୁ ସେ ଜେଲରେ ରହିଛନ୍ତି। ରାଜସ୍ଥାନ ଯୋଧପୁର ସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୩ରେ ଯୋଧପୁର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
National
ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ
୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।