ସୁରକ୍ଷା ଗ୍ରହଣ କରିବାକୁ ମନା କଲେ ଶ୍ରୀ ଶ୍ରୀ ରବିଶଙ୍କର

ବେଙ୍ଗଲୁରୁ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରକୁ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ପାକିସ୍ତାନ ଧମକପୂର୍ଣ୍ଣ ଚିଠି ପଠାଇବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଗତକାଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଥିଲେ। ସେ ଯେଉଁ ରାଜ୍ୟକୁ ଯିବେ ସେଠାକାର ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ସୁରକ୍ଷା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ରବିଶଙ୍କର। ସେ ଟ୍ୱିଟ୍ କରି […]

ravishankar

ravishankar

Rakesh Mallick
  • Published: Saturday, 18 July 2015
  • Updated: 18 July 2015, 11:45 AM IST

Sports

Latest News

ବେଙ୍ଗଲୁରୁ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରକୁ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ପାକିସ୍ତାନ ଧମକପୂର୍ଣ୍ଣ ଚିଠି ପଠାଇବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଗତକାଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଥିଲେ। ସେ ଯେଉଁ ରାଜ୍ୟକୁ ଯିବେ ସେଠାକାର ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ସୁରକ୍ଷା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ରବିଶଙ୍କର। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏଥିରେ (ଧମପୂର୍ଣ୍ଣ ଚିଠିରେ) ବ୍ୟସ୍ତ ହେବାର କିଛି ନାହିଁ। ସେ ସୁରକ୍ଷା ଚାହାନ୍ତି ନାହିଁ। ସବୁ କିଛି ଠିକ୍ ଅଛି।

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସଂସ୍ଥା ‘ଆର୍ଟ ଅଫ୍ ଲିଭିଂ’କୁ ତହରିକ-ଏ-ତାଲିବାନ ପକ୍ଷରୁ ଦୁଇଟି ଚିଠି ମିଳିଛି। ଏଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ତାଙ୍କ ଅନୁଗାମୀମାନଙ୍କୁ ବି ବିସ୍ଫୋରଣ କରି ହତ୍ୟା କରିବାକୁ ଧମକ ଦିଆଯାଇଛି ଏହି ଦୁଇଟି ଚିଠିରେ।

ଏହା ଜଣାପଡ଼ିବା ପରେ ତାଙ୍କ ସୁରକ୍ଷା ବଢ଼ାଇବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କର୍ଣ୍ଣାଟକ ପୋଲିସକୁ କୁହାଯାଇଥିଲା।

ଅନ୍ୟପଟେ ଇସଲାମବାଦ ସ୍ଥିତ ‘ଆର୍ଟ ଅଫ୍ ଲିଭିଂ’ ସେଣ୍ଟରରେ ଆଜି ଭଙ୍ଗାରୁଜା କରାଯାଇଥିବା ନେଇ ବି ଖବର ଆସିଛି।

ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଶ୍ରୀ ଶ୍ରୀ ରବିଶଙ୍କର ମାଲେସିଆ ଗସ୍ତରେ ଥିବା ବେଳେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସ ତାଙ୍କୁ ହତ୍ୟା କରିବା ନେଇ ଏକ ଚିଠି ପଠାଇଥିଲା। ଏହି ଚିଠିଟି ମାଲେସିଆରେ ସେ ରହୁଥିବା ହୋଟେଲର ମ୍ୟାନେଜରଙ୍କ ପାଖକୁ ଆସିଥିଲା। ଶ୍ରୀ ଶ୍ରୀ ରବିଶଙ୍କର ମାଲେସିଆରେ ହିନ୍ଦୁ ଧର୍ମର ପ୍ରଚାର କଲେ ତାଙ୍କୁ ହତ୍ୟା କରାଯିବ ବୋଲି ଏହି ଚିଠିରେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos