୩ ତାଲାରୁ ଡେଇଁବା ଛଡ଼ା କିଛି ବାଟ ନ ଥିଲା, ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଛାତ୍ର

ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି। ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି […]

fire-1..

Niharika Rout
  • Published: Saturday, 25 May 2019
  • , Updated: 25 May 2019, 02:40 PM IST

ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି। ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି ତାଲା ଓ ଚାରି ତାଲାରୁ ତଳକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବଞ୍ଚିଯାଇଥିବା ଜଣେ ଛାତ୍ର ବଖାଣିଛନ୍ତି ଆଖି ଆଗରେ ଦେଖିଥିବା ନିଆଁର କରାଳ ରୂପକୁ।

ଏହି ଅଗ୍ନିକାଣ୍ଡରୁ ବଞ୍ଚି ଯାଇଥିବା ରୂଷିତ ବେକାରିୟା ନାମକ ଛାତ୍ର କହିଛନ୍ତି ଯେ, ତଳକୁ ଡେଇଁବା ଛଡ଼ା ଆମ ପାଖରେ ଆଉ କିଛି ବାଟ ହିଁ ନ ଥିଲା। ଏହି ଘଟଣାରେ ଉକ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରାଯାଇଛି।

ରୂଷିତଙ୍କ କଥା ଆପଣଙ୍କ ହୃଦୟକୁ ଥରାଇ ଦେବ, ଏଥିରେ ସନ୍ଦେହ ନାହିଁ। ତାଙ୍କ କହିବା ମୁତାବକ,ଏସିରୁ ବାହାରୁଥିବା ନିଆଁ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଫଳରେ ସେମାନେ ବାହାରକୁ ବାହାରିବାକୁ ସମୟ ପାଇପାରି ନଥିଲେ। କ୍ରମଶଃ ନିଃଶ୍ୱାସ ନେବାରେ ଅଶ୍ୱସ୍ତି ବୋଧ ହେବାରୁ ପିଲାମାନେ ଝରକା ଖୋଲି ଦେଇଥିଲେ।

ଉକ୍ତ ସମୟରେ ଫାୟାର ବ୍ରିଗେଡ କର୍ମଚାରୀ ତଳେ ପହଞ୍ଚି ଯାଇଥିଲେ। ସେମାନେ ଡେଇଁ ପଡ଼ିବାକୁ କହୁଥିଲେ ମଧ୍ୟ ପାଖରେ କିନ୍ତୁ କିଛି ବି ସୁରକ୍ଷା ସାମଗ୍ରୀ ମହଜୁଦ ନ ଥିଲା ।  ଏହାପରେ ଏଠାରେ ରହିଲେ ଧୂଆଁରେ ଅଣନିଃଶ୍ଵାସୀ ହୋଇ ଜୀବନ ଚାଲିଯିବ ବୋଲି ଭାବିଲି। ଏଥିଲାଗି ମୁଁ ଧରିଥିବା ସାଙ୍ଗର ହାତକୁ ଛାଡ଼ି ତଳକୁ ଡେଇଁ ପଡ଼ିଥିଲି। ତା ପରେ କ’ଣ ହେଲେ କିଛି ଜାଣିନି। ଚେତା ଫେରିବା ବେଳକୁ ମୁଁ ହସ୍ପିଟାଲରେ ଥିଲି ଓ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏହାପରେ ଭଗବାନଙ୍କୁ ବଞ୍ଚି ଯାଇଥିବାରୁ କୃତଜ୍ଞତା ଜଣାଇଲି ବୋଲି କହିଛନ୍ତି ରୂଷିତ। ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଏଠାରେ ପଢୁଥିବା ପିଲାଙ୍କ ମଧ୍ୟରୁ  କିଏ  ହାଇସ୍କୁଲ  ପରୀକ୍ଷା ପରେ ତ  କିଏ ଯୁକ୍ତ ୨ ପରେ ଏଠାକୁ କୋଚିଂ ନେବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବହୁଜଣ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଜଣାଯାଇଛି। ବେକାରିୟାଙ୍କ ପିତାଙ୍କର ହୀରା ବ୍ୟବସାୟ ଥିବା ସେ କହିଛନ୍ତି।

https://youtu.be/Lh8T4dF7Ypw

 

Related story