ନୂଆଦିଲ୍ଲୀ:ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଆଜି ରାଜ୍ୟ ସଭାରେ ଆଲୋଚନା ହୋଥିଲା। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସେ କହିଛନ୍ତି ଚୀନକୁ ମୁକାବିଲା ପାଇଁ ଭାରତ ପାଖରେ ଯଥେଷ୍ଟ ସାମରିକ ଶକ୍ତି ଏବଂ ସରଞ୍ଜାମ ରହିଛି।
ବିଗତ କେତେ ବର୍ଷ ହେଲା ଚୀନ୍ ଟ୍ରାଇ ଜଂଙ୍କସନ(ଭାରତ-ଭୁଟ୍ଟାନ-ଚୀନ) ନିକଟବର୍ତ୍ତୀ ହେବାକୁ ଚେଷ୍ଟା ଚଳାଇଛି। ଏପରିକି ଚୀନ୍ ସୀମାରେ ରାସ୍ତା ନିର୍ମାଣ ଉଦ୍ୟମ ଚଳାଇଛି। ଚୀନର ଏହି ଅପଚେଷ୍ଟା ସଫଳ ନ ହେବା ପାଇଁ ଭାରତୀୟ ସେନା ପକ୍ଷରୁ ଅନବରତ ପ୍ରୟାସ ଜାରି ରହିଛି।
ତେବେ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଯଦି ଚୀନ୍ ଚାହୁଁଛି ପ୍ରଥମେ ସିଏ ସେହି କଥା ମାନିବା ଉଚିତ୍ । ନଚେତ ଭାରତୀୟ ସୈନ୍ୟ ହଟିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସୁଷମା କହିଛନ୍ତ। ସେହିପରି ଜୁନ୍ ୧୬ରେ ସିକିମକୁ ଚୀନ୍ ସେନା ଜବରଦସ୍ତ ପଶି ବଙ୍କର ନଷ୍ଟ କରିଥିବାରୁ ସେ କଡ଼ା ନିନ୍ଦା କରିଥିଲେ।